Breaking News

ଭଞ୍ଜନଗର ବ୍ଳକର ୩ଟି ପଞ୍ଚାୟତରେ ପ୍ରଚାର କଲେ ମନ୍ତ୍ରୀ ବିକ୍ରମ ଆରୁଖ

Minister Vikram Arukh preached in 3 panchayats of Bhanjanagar block

ଭଞ୍ଜନଗର-- ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ର ଡିହପଡାଳ,ଗୋଲାପଡା ଓ ବାଉଁଶଲୁଣ୍ଡି ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଶେଷ ପର୍ଯ୍ୟାୟ ତଥା ଆସନ୍ତା ୨୪ ତାରିଖ ରେ ଭଂଜନଗର ବ୍ଳକ ର ୨୨ ଟି ପଞ୍ଚାୟତ ଏବଂ ୩ ଟି ଜିଲ୍ଲାପରିଷଦ ଜୋନ୍ ରେ ମତଦାନ ହେବ । ସେହିକ୍ରମରେ ମନ୍ତ୍ରୀ ଶ୍ରୀ ଅରୁଖ ଲାଲସିଙ୍ଗି ପଞ୍ଚାୟତର ଡିହପଡାଳ,ତୁଳସୀପଲ୍ଲୀ,ଗୋଲାପଡା,ବାଉଁଶଲୁଣ୍ଡି ଓ ଗାମୁଣ୍ଡି ଗାଁ ରେ ପ୍ରଚାର ରାଲି ରେ ଯୋଗ ଦେଇଥିଲେ । ୫୧ ନମ୍ବର ଜିଲ୍ଲାପରିଷଦ ଜୋନ୍ ର ବିଜେଡି ପ୍ରାର୍ଥୀ ଜିତେନ୍ଦ୍ର କେଶରୀ ଆରୁଖ ଙ୍କ ପାଇଁ , ଜନସାଧାରଣଙ୍କୁ ଭୋଟ ନିବେଦନ କରିଥିଲେ । ସେହିଭଳି ଗୋଲାପଡା ପଞ୍ଚାୟତର ଦଳୀୟ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଉକ୍ତରାମ ଜେନା ଓ ସମିତିସଭ୍ୟ ପ୍ରାର୍ଥୀ ସନ୍ତୋଷ ପ୍ରଧାନ , ବାଉଁଶଲୁଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଇଂ.ଲିଙ୍ଗରାଜ ପ୍ରଧାନ ସମିତିସଭ୍ୟ ପ୍ରାର୍ଥୀନୀ ଉର୍ମିଳା ପ୍ରଧାନ ଙ୍କ ପାଇଁ ମଧ୍ୟ ଭୋଟ ନିବେଦନ କରିବା ସହ , ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ଆୟୋଜିତ ପଥପ୍ରାନ୍ତ ସଭାରେ କହିଥିଲେ ମନ୍ତ୍ରୀ ଶ୍ରୀ ଆରୁଖ । ଦଳୀୟ ପ୍ରାର୍ଥୀ ଓ ସମର୍ଥକଙ୍କ ସହ କନ୍ଧମାଳ ସାଂସଦ ଙ୍କ ଭଂଜନଗର ବ୍ଳକ୍ ପ୍ରତିନିଧି ଦିବାକର ନାୟକ ,  ଶୂଳପାଣି ଶତପଥୀ , ପଞ୍ଚାନନ ପାଳ ଓ ଯୁବ ସଂଗଠକ ବାବୁପ୍ରଧାନ  ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ଓ ରାଲିରେ  ଯୋଗଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୨/୨୦୨୨---୯,୧୫ Sakhigopal News,21/2/2022

Blog Archive

Popular Posts