Breaking News

ପୈାରନିର୍ବାଚନ ପ୍ରସ୍ତୁତି ବୈଠକ, ୱାର୍ଡସ୍ତରୀୟ ଭୋଟର ତାଲିକା ପ୍ରକାଶିତ

Pre-election preparatory meetings, ward-level voter list published.
ଜଟଣୀ,---- ଗୁରୁବାର ଜଟଣୀ ପୈାରପରିଷଦ କାର୍ଯ୍ୟାଳୟ ସଭାଗୃହଠାରେ ଉପଜିଲାପାଳ ଦେବବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ପୌାରନିର୍ବାଚନ ପାଇଁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ବୈଠକରେ ବିଭିନ୍ନ ଦଳର ସ୍ଥାନୀୟ ନେତା ଓ ପୁର୍ବତନ କାଉନସିଲରମାନେ ଯୋଗଦେଇଥିଲେ । ଜଟଣୀ ପୈାରାଧ୍ୟକ୍ଷଲାଗି ସ୍ୱତନ୍ତ୍ର ନିର୍ବାଚନ ହେବା ସହିତ ବିଗତ ଦିନରେ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା । ଜଟଣୀ ପୈାରାଧ୍ୟକ୍ଷ ଲାଗି ଦଳିତଙ୍କ ପାଇଁ ସଂରକ୍ଷଣ ରହିଛି । ତେବେ ଆଜି ଜଟଣୀ ପୈାରାଚଂଳ ଅଧିନସ୍ଥ ୨୩ଟି ୱାର୍ଡ ପାଇଁ ରହିଥିବା ଭୋଟରମାନଙ୍କ ତାଲିକା ପ୍ରକାଶିତ ହୋଇଛି । ଶୁକ୍ରବାରଠାରୁ ୩ଦିନ ମଧ୍ୟରେ ଭୋଟର ତାଲିକା ସଂଶୋଧନ କରାଯିବ । ସଂଶୋଧନ ପରେ ଭୋଟର ତାଲିକା ପୁଣି ପ୍ରକାଶ ପାଇବ । ୨୦୧୧ ମସିହା ଭୋଟର ତାଲିକାରେ ଯେଉଁ ଭୋଟରଙ୍କ ନାମ ଥିବା ବେଳେ ୨୦୨୨ ଜାନୁୟାରୀ ୫ ତାରିଖରେ ପ୍ରକାଶ ପାଇଥିବା ସାଧାରଣ ଭୋଟର ତାଲିକାରେ ଉକ୍ତ ଭୋଟରଙ୍କ ନାମ ରହିନଥିବ, ସେହି ଭୋଟରଙ୍କ ନାମ ପୈାରାଚଂଳର ଏହି ସଂଶୋଧନରେ ପ୍ରକ୍ରିୟାରେ ସାମିଲ ହୋଇପାରିବେ । ନୂତନ ଭୋଟରମାନେ ଏହି ପ୍ରକ୍ରିୟାରେ ସଂଶୋଧନ କରିପାରିବେ ନାହିଁ ବୋଲି କୁହାଯାଇଥିଲା । ୱାର୍ଡ ନଂ ୯ର ଷଣ୍ଢପୁର ଅଂଚଳର ବୁଥ ଜାଭିୟର ବିଦ୍ୟାଳୟଠାରେ ରହିଛି । ତାହାକୁ ଷଣ୍ଢପୁର ପ୍ରାଥମିକ ବିଦ୍ୟାଳୟଠାରେ ନୂତନଭାବେ କରିବାକୁ ସାଂସଦ ପ୍ରତିନିଧୀ ପଦ୍ମଚରଣ ପ୍ରଧାନ ପ୍ରସ୍ତାବିତ ଦାବି ଉପସ୍ଥାପନ କରିଥିଲେ । ପର୍ଯ୍ୟାୟକ୍ରମେ ସମସ୍ତ ପ୍ରସ୍ତୁତି ଓ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଉପଜିଲାପାଳ ସୁଚନା ଦେଇଛନ୍ତି । ଆଜିର ଏହି ବୈଠକରେ ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତି, ତହସିଲଦାର ତପନ କୁମାର ମହାପାତ୍ରଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ର୍ରିର୍ପୋଟ, ୧୧/୨/୨୦୨୨----୮,୨୦  Sakhigopal News, 11/2/2022

Blog Archive

Popular Posts