Breaking News

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏବେବି ଅସୁରକ୍ଷିତ : ସାମ୍ବାଦିକ ମୋତିଲାଲ ବାଗଙ୍କ ଉପରେ ମରଣାନ୍ତକ ଆକ୍ରମଣ

Fourth pillar of democracy still insecure: deadly attack on journalist Motilal Bagh

   ବରଗଡ : ଗଣତନ୍ତ୍ରର ସୁପରିଚାଳନା ନିମିତ୍ତ ଚାରୋଟି ସ୍ତମ୍ଭ ରହିଛି। ସେଗୁଡିକ ହେଲା - ନ୍ୟାୟପାଳିକା, କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ଗଣମାଧ୍ୟମ । ସମ୍ବିଧାନର ନୀତିକୁ ପାଥେୟ କରି ସମାଜ ସୁଧାର ପାଇଁ ଦୁର୍ନୀତି, ଅନ୍ୟାୟ, ଅତ୍ୟାଚାର ଆଦି ନକରାତ୍ମକ କାର୍ଯ୍ୟକଳାପ ଏବଂ ଜନସାଧାରଣଙ୍କର ସମସ୍ୟାକୁ ପ୍ରଶାସନ ପାଖରେ ପହଞ୍ଚାଇବା ପାଇଁ ତଥା ଦୁର୍ନୀତିକୁ ନିପାତ କରିବା ଉଦ୍ଦେଶ୍ୟରେ ସରକାର ତଥା ଜନସାଧାରଣଙ୍କୁ ଜାଗ୍ରତ ପ୍ରହରୀ ପରି ସଦା ସର୍ବଦା ସଚେତନ କରି ଆସୁଅଛି କେବଳ ଗଣମାଧ୍ୟମ। ସରକାର ବାକି ତିନୋଟି ସ୍ତମ୍ଭର ସମସ୍ତ ସୁବ୍ୟବସ୍ଥା କରିଥିବା ବେଳେ ଦିନରାତି କାର୍ଯ୍ୟରତ ଗଣମାଧ୍ୟମ ପ୍ରତି ଯୋଜନା ଥାଇ ମଧ୍ୟ ସରକାର ଏହାକୁ ଅଣଦେଖା କରି ରଖିଛନ୍ତି। ପୁଣି ଅସୁରକ୍ଷିତ ଅବହେଳିତ ଅବସ୍ଥାରେ ଥାଇ ମଧ୍ୟ ସମାଜରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ ଅଟେ। ହେଲେ ସମସ୍ତ ପ୍ରକାର ଖବର ପ୍ରସାରଣ ସହିତ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଗଣମାଧ୍ୟମର ପ୍ରତିନିଧିମାନେ ଏବେବି ସଦା ସର୍ବଦା ଅସୁରକ୍ଷିତ ଅବସ୍ଥାରେ କାର୍ଯ୍ୟ କରିଆସୁଛନ୍ତି।  କେତେଜଣ ମିଛ କେଶରେ ଫସି ମାଡ ପ୍ରହାର ପାଉଛନ୍ତି ତ କେହି କେହି ଦୁର୍ବୁତ୍ତମାନଙ୍କର ଆକ୍ରମଣର ଶିକାର ହୋଇ ଜୀବନ ହାରୁଥିବା ବେଳେ କେହି କେହି ସତ୍ କାର୍ଯ୍ୟ କରି ମରଣାତ୍ମକ ଆକ୍ରମଣରେ ଆଘାତ ପାଇ ମଧ୍ୟ ଗଣମାଧ୍ୟମ ପ୍ରତିନିଧିର କାର୍ଯ୍ୟକରି  ଆସୁଛନ୍ତି। ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳରେ। ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ (OUWJ) ବରଗଡ ଜିଲ୍ଲାଶାଖାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, "ଆର୍ଯ୍ୟାବର୍ତ୍ତ ସମାଚାର ପତ୍ର" ଦୈନିକ ହିନ୍ଦୀ ଖବର କାଗଜର ଜିଲ୍ଲା ପ୍ରତିନିଧି, Hot news 24 (Odia Portal) ର ସବ୍ ଏଡିଟର୍ ତଥା Human Rights Front India ର ଜଣେ ସକ୍ରିୟ ସଦସ୍ୟ ଏବଂ ସବୁବେଳେ ଗରିବ ନିଷ୍ପେସିତ ଅବହେଳିତ ଲୋକ ତଥା ଗଣ୍ଡାବଜା ବଜନିଆ କଳାକାରଙ୍କର ହକ୍ ଅଧିକାର ପାଇଁ  କାର୍ଯ୍ୟ କରିଆସୁଥିବା ସାମ୍ବାଦିକ ତଥା ଗଣ୍ଡାବଜା ବଜନିଆ କଳାକାର ସଂଗଠକ ମୋତିଲାଲ ବାଗଙ୍କୁ ମରଣାତ୍ମକ ଆକ୍ରମଣର ଶିକାର ହୋଇଥିବାର ଖବର ସାରା ବରଗଡ ଜିଲ୍ଲାରେ ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ ତା.୧୪.୦୨.୨୦୨୨ ସୋମବାର ଦିନ ମୋତିଲାଲ ବାଗ  ତାଙ୍କ ଘରୁ ତାଙ୍କ ଭାଇ ସଙ୍ଗେ ବାହାରି ତ୍ରିସ୍ତରୀୟ ପଞ୍ଚାୟତର ନିର୍ବାଚନୀ ଖବର ସଂଗ୍ରହ ପାଇଁ ଜଗଦଲପୁର ଓ କୁମୀର ଗ୍ରାମ ପଞ୍ଚାୟତର ସାନକୁଞ୍ଜାରୀ, ଜଗଦଲପୁର, ନୂଆଁପଡା, ଧଉରାଭଟା, ବଡକୁଞ୍ଜାରି, ଚିରୋଲି ଗ୍ରାମର ଲୋକଙ୍କ ସହିତ କଥାବାର୍ତ୍ତା ହୋଇ ଖବର ସଂଗ୍ରହ କରି ଘରକୁ ଫେରିବା ବାଟରେ ଚିରୋ୍ଲି ଫରେଷ୍ଟ ଡୁଙ୍ଗୁରୀ ପାଖରେ ପ୍ରାୟଃ ସନ୍ଧ୍ୟା ୬.୫୦ ସମୟରେ କଲାମୁଖା ପିନ୍ଧା ଦୁଇଜଣ ଯୁବକ ତାଙ୍କୁ ଅଟକାଇ ମୋଟର ସାଇକେଲ ଠିଆ କରିବାକୁ ଜୋରରେ କହିଥିଲେ। ଭୟପାଇ ମୋତିଲାଲ ଅଟକିବା ପରେ ସାମ୍ବାଦାକତାକୁ ଆକ୍ଷେପ କରି ଅଶ୍ଲିଳ ଅଶ୍ରବଣୀୟ ଭାଷାରେ ଜାତିଆଣ ଆକ୍ଷେପ ସହ ଜୀବନରେ ମାରିଦେବା ପାଇଁ  ଆକ୍ରମଣ କରିଥିଲେ । କେବଳ ସେତିକି ନୁହେଁ, ତୁ ଏବଂ  ବରଗଡର ସାମ୍ବାଦିକ ଆଶୁତୋଷ ରଥ ଡଭା PACS ସେକ୍ରେଟେରୀ ରାକେଶ ସାହୁଙ୍କ ନାମରେ ଖବର ପ୍ରସାରଣ କରୁଛ ବୋଲି ସେଠାରେ ଉଭୟ ମୋତିଲାଲ ବାଗ ଓ ଆଶୁତୋଷ ରଥଙ୍କୁ ଅଶ୍ଲୀଳ ଗାଳିଗୁଳଜ ସହ ଶେଷ କରିଦେବୁ କହି ମାରିଦେବାର ଧମକ ଦେଇଥିଲେ। ଗାଳି ବର୍ଷଣ ସହ ଲୁହା ରଡରେ ପ୍ରହାର କରିବା ବେଳେ ମୋତିଲାଲ ନିଜକୁ ରକ୍ଷା କରିବା ପାଇଁ ଟିକିଏ ଓଲଟିବାରୁ ଲୁହାରଡ ତାଙ୍କ ହାତରେ ବାଜି ରକ୍ତାକ୍ତ ହୋଇଯାଇଛି। କଳାମୁଖାଧାରୀମାନେ ରକ୍ତମୁଖା ହେବାରୁ  ବଞ୍ଚାଅ ବଞ୍ଚାଅ ବୋଲି ସହଯୋଗ ଆଶାରେ ମୋତିଲାଲ ଓ ତାଙ୍କ ଭାଇ ଚିତ୍କାର କରିଥିଲେ ଏବଂ ଏହାପରେ ଲୋକେ ଆସିଯିବେ ଭାବି ଜଟେଶିରା ରାସ୍ତାକୁ ଲାଗିଥିବା ଗଉଡମାଲ ରାସ୍ତାକୁ ଦୁର୍ବୁତ୍ତମାନେ ଦୌଡି ଯାଇଥିଲେ। ପୁଣି ଫେରିଆସି ଟେକା ପଥର ଫିଙ୍ଗିଥିଲେ। ତତେ ମାରିଦେବୁ ନହେଲେ ଫସାଇଦେବୁ ବୋଲି କହି ଧମକ ଦେଉଥିଲେ। ଇତି ମଧ୍ୟରେ ମୋତିଲାଲଙ୍କର ହାତଘଣ୍ଟା ଭାଙ୍ଗିବା ସହ ମୋଟର ସାଇକଲର ଆଗପଟ ମଡଗାର୍ଡ ଭାଙ୍ଗିଛି ଏବଂ ତାଙ୍କ ପର୍ସ ସହିତ ଦୁର୍ବୁତ୍ତମାନେ ୮୦୦୦/- (ଆଠହଜାର ଟଙ୍କା) ନେଇଯାଇଥିବା ଜଗଦଲପୁର ଥାନାରେ ମୋତିଲାଲ ବାଗ ଅଭିଯୋଗ କରିଛନ୍ତି। ଶ୍ରୀ ବାଗ ଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବାରୁ ଅଣ୍ଟା ,ଛାତି ଏବଂ ଆକ୍ରମଣରେ କ୍ଷତାକ୍ତ ହୋଇଥିବା ଡାହାଣ ହାତ  ଦରଦ ହେଉଛି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଡାକ୍ତର ପରାମର୍ଶ ଦେଇଛନ୍ତି ବରଗଡ ମୁଖ୍ୟାଳୟ ଡାକ୍ତରଖାନାରେ ଚିକିତ୍ସା ହେବା ପାଇଁ , ପଇସା ପତ୍ର ଯୋଗାଡ କରି ଚିକିତ୍ସା ପାଇ ବରଗଡ ଯିବି ବୋଲି କହିଛନ୍ତି।  ଝାରବନ୍ଧ ବ୍ଲକ ଅଞ୍ଚଳର ବିଭିନ୍ନ ସମସ୍ୟା ରାସ୍ତା ଘାଟ, ପାନୀୟ ଜଳ, ଶିକ୍ଷା ,ସ୍ବାସ୍ଥ୍ୟ , ଦଳିତ ଶ୍ରେଣୀର କଳାକଳାର ମାନଙ୍କ ଅଧିକାର  ଏବଂ  ତଥା ଜନହିତକ ପାଇଁ କାର୍ଯ୍ୟ କରୁଥିବାରୁ ତାଙ୍କୁ ଏମିତି ଆକ୍ରମଣ ହୋଇଛି ବୋଲି ବୁଦ୍ଧିଜୀବୀ ମହଳରେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ୍ ଇଣ୍ଡିଆ ଭୁବନେଶ୍ବର ,ଓଡିଶା ବରଗଡ ଜିଲ୍ଲା ଶାଖାର ଜିଲ୍ଲା ସଂଯୋଜକ ଦିନବନ୍ଧୁ କୁମ୍ଭାର ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ହରିଶଙ୍କର ଅଗ୍ରଓ୍ବାଲ (ନବୁ)  ଶ୍ରୀ ବାଗ ପାଇଁ  ପୋଲିସର ସୁରକ୍ଷା ମାଗିବା ସହ ଏହି ଘଟଣାର ତଦନ୍ତ ପୂର୍ବକ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଜଗଦଲପୁର ଥାନାଧିକାରୀଙ୍କୁ ଅନୁରୋଧ କରିଛନ୍ତି। ଏହି ଘଟଣାର ତଦନ୍ତ କରିବା ସହିତ ଦୋଷୀ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜନସାଧାରଧରେ ଦାବୀ ହେଉଛି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୨/୨୦୨୨-----୭,୩୫
 Sakhigopal News,16/2/2022

Blog Archive

Popular Posts