ପେଣ୍ଠପଡାରେ ସରପଞ୍ଚ ପ୍ରାର୍ଥୀଙ୍କର ପ୍ରଚାର ସରଗରମ ; ସୁବିଧା , ଅସୁବିଧା ପାଇଁ ଫୋନ ନମ୍ବର ଜାରି କଲେ ପ୍ରାର୍ଥୀ
The Sarpanch candidate's campaign in Pentapada is in full swing; Candidates issued phone numbers for convenience and convenience.
ସାକ୍ଷୀଗୋପାଳ---- ନିର୍ବାଚନ ପ୍ରଚାରରେ ପ୍ରାର୍ଥୀ ମାନେ ବିଭିନ୍ନ ପନ୍ଥା ଆପଣେଇଥାନ୍ତି । ମାତ୍ର ପ୍ରାର୍ଥୀ ହାରିଗଲା ପରେ ସେ କଥା କୁଆଡେ ଯାଏ ସେ କଥା କେହି ଜାଣନ୍ତି ନାହିଁ । ସେହିପରି ସ୍ୱଚ୍ଛ ଶାସନ, ନିର୍ମଳ ଶାସନ, ହାତଗୁଞ୍ଜା ବା କମିଶିନ ହେବ ପାହିଁ ବୋଲି ବହୁ ପ୍ରାର୍ଥୀ ତାଙ୍କ ପଞ୍ଚାୟତରେ ନିର୍ବାଚନ ମଇଦାନରେ କହିଥାନ୍ତି । ମାତ୍ର ପକୃତ ପକ୍ଷେ ଜଣେ ଏପରି ପ୍ରାର୍ଥୀ ରହିଛନ୍ତି ସେ ଏବେ ଜିତିବା ବା ହାରିବାକୁ ବେଶି ଗୁରୁତ୍ୱ ଦେଉନାହାନ୍ତି । ସେ କହୁଛନ୍ତି ଆମ ପଞ୍ଚାୟତ ସହିତ ଆଖ ପାଖ ପଞ୍ଚତରେ କିପରି ଉନ୍ନତି ମୂଳକ କାର୍ଯ୍ୟ ହେବ ସେଥିପାଇଁ ତାଙ୍କ ନଜର । ପଞ୍ଚାୟତର ଉନ୍ନ୍ତି କରିବା ଲକ୍ଷ୍ୟ ନେଇ ସେ ନିର୍ବାଚନ ମଇଦାନକୁ ଓହ୍ଳାଇଛନ୍ତି ବୋଲି ପେଣ୍ଠପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଚିନ୍ମୟ ରାଉତ କହନ୍ତି । ସେଥିଯୋଗୁ ସେ ଏକ ମୋବାଇଲି ଫୋନ ନମ୍ବର ପ୍ରଚାର ଗାଡି ମାଧ୍ୟମରେ ଜାରି କରିଛନ୍ତି । ବିଧାୟକଙ୍କ କାର୍ଯ୍ୟକଳାପକୁ ସେ ସ୍ୱାଗତ କରିଛନ୍ତି । ମାତ୍ର ତାଙ୍କ ନଜରକୁ ଆସୁ ନଥିବା କିଛି ସମସ୍ୟା ରହିଛି ତାହା ସେ ଦୂର କରିବେ ବୋଲି ନିର୍ବାଚନ ଇସ୍ତାହାରରେ ଜାରି କରିଛନ୍ତି । ନିର୍ବାଚନ ପ୍ରଚାରକୁ ଯେଉଁ ଗ୍ରାମକୁ ଯାଉଛନ୍ତି ସେ ଗ୍ରାମର ମହିଳା ପୁରୁଷ ଓ ଯୁବକ ମାନେ ସାମିଲ ହେବା ସହ ବିଭିନ୍ନ ଅସୁବିଧା ସମ୍ପର୍କରେ ଆଲେଚନା କରୁଥିବାର ନଜର ଆସିଛି । ସେ ଏପରିକି କରୋନା ସମୟରେ ଗ୍ରାମ ଓ ଆଖ ପାଖ ଗ୍ରାମରେ ଅସହାୟ ଦିନ ମଜୁରୀଆ ମାନଙ୍କୁ ଏକମାସର ରାଶନ ସାମଗ୍ରୀ ପ୍ରଦାନ କରି ସମସ୍ତଙ୍କ ନଜରକୁ ଆସିଥିଲେ । ଏତିକି ନୁହେଁ ଗ୍ରାମ ଦାଣ୍ଡରେ ଆଲୋକୀକରଣ, ଗ୍ରାମ ଦାଣ୍ଡ ସଫେଇ, ଦୀନ ଦୁଖି ଲୋକଙ୍କର ସେବା କରିବା, ଅସହାୟ ପରିବାରଙ୍କୁସହଯୋଗ କରିବା ଆଦି କାର୍ଯ୍ୟ କରି ନିଜର ସମାଜସେବା ପ୍ରତି ତାଙ୍କର ଆଗ୍ରହ ପ୍ରକାଶ କରିଥିଷଲ । ନିର୍ବାଚନ ପ୍ରଚାର ସମୟରେ ପ୍ରତି ଘରକୁ ଘର ମହିଳା, ଯୁବକ, ଯୁବତୀ ମାନେ ଶ୍ରୀ ରାଉତଙ୍କ ପାଇଁ ଭୋଟ ଭିକ୍ଷା କରୁଥିବାର ଦେଖାଯାଇଛି । ଅନ୍ୟ ପକ୍ଷେ ତାଙ୍କର ଭାଇ ଜଣେ ସଫଳ ବିଜିନେସ ମେନ ଭାବେ ପରିଚିତ ତାଙ୍କ ନାମ ସଂଜୟ ରାଉତ । ଏବେ ସେ ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି । ନିର୍ବାଚନରେ ସେ ହାରି ଯିବାକୁ କେବେବି ଭୟ କରିନାହାନ୍ତି ବୋଲି ସଂଜୟ ରାଉତ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୨/୨୦୨୨----୫.୫୦
Sakhigopal News, 15/2/2022