Breaking News

ସତ୍ୟବାଦୀ ବ୍ଳକର ୩୨ ନଂ ଜୋନର ଫଳାଫଳ ଘୋଷଣା ଶେଷ

The announcement of the results of Zone 32 of the Satyavadi block is over

 


ସାକ୍ଷୀଗୋପାଳ ------  ସତ୍ୟବାଦୀ ବ୍ଳକର ୩୨ନଂ ଜୋନରେ ୭ ଗୋଟି ଗ୍ରାମ ପଞ୍ଚାୟତ ରହିଛି । ସେ ଗୁଡିକ ହେଲା ପେଣ୍ଠପଡା, ଦୁଗଲ, ଜୟପୁର, ମୂଳଅଳସା, କାଦୁଆ, ଶ୍ରୀରାମଚନ୍ଦ୍ରପୁର  ଓ ବିଶ୍ୱନାଥପୁର  ପଞ୍ଚାୟତର ରହିଛି ।  ୯୬ ଗୋଟି ୱାର୍ଡ  ରହିଥିବା ବେଳେ ୨୯ ହଜାର ୫୦୬  ଜଣ । ଏହି ଜୋନରେ ବିଜେପିର ପ୍ରାର୍ଥୀନି ବିଷ୍ଠୁପିୟା ବରାଳ  ୧୦ ହଜାର ୬୮୫ ଖଣ୍ଡ ଭୋଟ ପାଇ ବିଜୟୀ ଘୋଷଣା କରାଯାଇଛି । ବିଜେଡି ପ୍ରାର୍ଥୀନି ସ୍ୱପ୍ନା ଜେନା ୧୦ ହଜାର ୪୪୧ ଖଣ୍ଡ ଭୋଟ ପାଇଛନ୍ତି । ୨୪୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡିଛି ।  

 ଉକ୍ତ ଜୋନରେ  ଏହି ସାତ ଗୋଟି ପଞ୍ଚାୟତରୁ  

ସରପଞ୍ଚ ବିଜୟୀ ପ୍ରାର୍ଥୀ 

କାଦ୍ରୁଆ— ଗାୟତ୍ରୀ ମହାପାତ୍ର, ୧୧୪୧ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ପ୍ରତିଦ୍ୱନ୍ଦି ଶୁଭଲକ୍ଷ୍ମୀ ବିଶ୍ୱାଳ- ୯୪୭ ଖଣ୍ଡ ଭୋଟ ପାଇଛନ୍ତି । ଜୟପୁର ପଞ୍ଚାୟତରୁ ଆରାଧନା ସମାନ୍ତରାୟ- ୧୮୮୨ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦି - ପ୍ରଭାତୀ ଶତପଥିୀ -୧୦୯୪ ଖଣ୍ଡ ଭୋଟ ପାଇଛନ୍ତି ।  ଦୁଗଲ— ଚନ୍ମୟୀ କିଷ୍ଣାବେଣୀ ଭଞ୍ଜ- ୧୬୫୧ ଖଣ୍ଡି ପାଇଥିବା ବେଳେ ଭାରତୀ ବେହେରା-- ୭୭୩ ଖଣ୍ଡ ଭୋଟ ପାଇଛନ୍ତି ।  ପେଣ୍ଟପଡ- ଚନ୍ମୟ ରାଉତ--୧୧୧୬ ଖଣ୍ଡ ଭୋଟ ପାଇଥିବା ବେଳେ ଉମେଶ ଚନ୍ଦ୍ର ପ୍ରଧାନ- ୧୦୧୮ ଖଣ୍ଡ ଭୋଟ ପାଇଛନ୍ତି । ବିଶ୍ୱନାଥପୁର-ସର୍ବେଶ କୁମାର ଷଡଙ୍ଗୀ-୧୦୨୩ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ - ପ୍ରକାଶ ମିଶ୍ର -୧୦୦୬ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି ।  ମୂଳଅଳସା- ଦେବୀ ପ୍ରସାଦ ଘଟୁଆରୀ-- ୧୫୩୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଯୋଗି-- ଶଙ୍କର୍ଷଣ ପ୍ରଧାନ- ୧୧୪୭ ଖଣ୍ଡ ଭୋଟ ପାଇଥିଲେ । ସେହିପରି  ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରୁ ଜିତେନ୍ଦ୍ର କୁମାର ବେହେରା୨୩୮୨ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ରାଜ କିଶୋର ଭୋଟ ୧୭୦୮ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି । 

ସମିତିସଭ୍ୟସଭ୍ୟା ଭାବେ  ବିଜୟୀ ପ୍ରାର୍ଥୀ

 କାଦୁଆ ଗ୍ରାମ ପଞ୍ଚାୟତରୁ ସୁନିଲ କୁମାର ପଣ୍ଡା ୧୬୮୫ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଯୋଗି ପ୍ରକାଶ କୁମାର ମହାରଥୀ- ୯୦୭ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଛନ୍ତି । ଜୟପୁର- ଦୀପକ ଶତପଥିୀ- ୧୭୨୫ ଖଣ୍ଡ ଭୋଟ ପାଇଛନ୍ତି । ୭୭୮ ଖଣ୍ଡ ଭୋଟ ବ୍ୟବବଧାନରେ ସୁନିଲ କୁମାର ପଣ୍ଡା ବିଜୟୀ ଘୋଷଣା ହୋଇଛନ୍ତି ।   ଦୁଗଲ—ମଧୁସ୍ମିତା ଖଟୋଇ--୧୪୧୬ ଖଣ୍ଡ ଭୋଟ ପାଇଥିବା ବେରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ରେଣୁ ବେହେରା-- ୭୩୮ ଖଣ୍ଡ ଭୋଟ ପାଇଛନ୍ତି । ପେଣ୍ଠପଡା- ସୁମନ୍ତ ଘଟୁଆରୀ-୧୪୬୯ ଖଣ୍ଡ ଭୋଟ ପାଇଥବା ବେଳେ କାଳୁଚରଣ ଦାସ- ୯୪୬ ଖଣ୍ଡ ଭୋଟ ପାଇଛନ୍ତି ।  ବିଶ୍ୱନାଥପୁର- ଜଗନ୍ନାଥ ଷଡଙ୍ଗ୮୭୦ ଖଣ୍ଡ ଭୋଟ ପାଇଥବା ବେଳେ ଭାଗିରଥି ପ୍ରଧାନ- ୮୨୬ ଖଣ୍ଡ ଭୋଟ ପାଇଛନ୍ତି ।  ମୂଳଅଳସା- ଝୁନୀ ପ୍ରଧାନ-୧୦୫୬ ଖଣ୍ଡ ଭୋଟ ପାଇଥିବା ବେଳେ ସରସ୍ୱତୀ ପ୍ରଧାନ - ୯୯୧ ଖଣ୍ଡି ଭୋଟ ପାଇଛନ୍ତି ।  ଶ୍ରୀରାମଚନ୍ଦ୍ରପୁର- ଅମିତା ବେହେରା ବିଜୟୀ -୨୨୧୫ ଖଣ୍ଡ ଭୋଟ ପାଇଥବା ବେଳେ ସଞ୍ଜୁଲତା ଭୋଇ- ୧୮୭୫ ଖଣ୍ଡ ଭୋଟ ପାଇଥିବା ନିର୍ବାଚନ ଅଧିକାରୀ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୨/୨୦୨୨--୪,୫୦

 

Blog Archive

Popular Posts