Breaking News

ନିର୍ବାଚନ ସରିଲା ; ଫଳ ଏବେ ବାକ୍ସରେ, ସମିତିସଭ୍ୟ ପ୍ରାର୍ଥୀଙ୍କୁ ଅପହରଣ ନାଟକ ଆରମ୍ଭ

Airfield Police Panchayat Election Flag March: Mining Mafia and Alcohol Mafia Targeted.


ଓଡ଼ଗାଁ:- ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ପନ୍ତିଖାରୀ ଗ୍ରାମ ପପଞ୍ଚାୟତ ର ସମିତିସଭ୍ୟ ପ୍ରାର୍ଥୀ ବୁଲୁ ଜେନା (୨୯) ଙ୍କୁ ଜାମୁପାଟଣା ନିକଟସ୍ଥ ବାବା ଦୂତିକେଶ୍ୱର ପୀଠ ର ମୁଖ୍ଯ ଫାଟକ ନିକଟରୁ ବନ୍ଧୁକ ଲଗାଇ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାକୁ ବୁଲୁ ଙ୍କ ସାଥିରେ ମନ୍ଦିର ଯାଇଥିବା ଦୁଇ ଯୁବକ କାହ୍ନୁ ଦାସ ଓ ବୁଲୁ ବେହେରା ଗ୍ରାମକୁ ଆସି ବୁଲୁଙ୍କ ଘରେ ଜଣାଇଥିଲେ। 
                         ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ମଧ୍ଯ ବୁଲୁଙ୍କ ପତା ନ ମିଳିବା ରୁ ବୁଧବାର ଅପରାହ୍ନ ରେ ବୁଲୁ ଙ୍କ ବାପା ମଦନ ଜେନା ଓଡ଼ଗାଁ ଆଦର୍ଶ ଥାନା ରେ ଅଭିଯୋଗ କରିଛନ୍ତି ଏବଂ ବୁଲୁ ଙ୍କୁ ଶୀଘ୍ର ଫେରାଇ ଆଣିବା ପାଇଁ ବୁଲୁ ଙ୍କ ବାପା ଥାନାରେ ଗୁହାରି କରିଛନ୍ତି।
                ସେପଟେ ଅପହରଣ କୁ ୨୪ ଘଣ୍ଟା ବିତି ଥିଲେ ମଧ୍ଯ ବୁଲୁଙ୍କ କୌଣସି ସନ୍ଧାନ ମିଳିନଥିବା ବେଳେ, ବୁଲୁ ଅପହରଣ ହେବା ଫଳରେ ନିଜ ଭୋଟ ମଧ୍ଯ ଦେଇପାରି ନାହାନ୍ତି। ବୁଲୁ ଙ୍କ ବିଜୟ ଆଶା ଅଧିକ ଥିବାରୁ ଏଭଳି ଘଟଣା ଘଟିଛି ବୋଲି ଲୋକଲୋଚନରେ ଚର୍ଚ୍ଚା ହେଉଛି। 
                      , ଏନେଇ ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ଙ୍କୁ ପଚାରିବାରେ ଗତକାଲି ବୁଲୁଙ୍କ ଫୋନ ଲୋକେସନ ଜଣିବା ପାଇଁ ଚେଷ୍ଟା କରିବା ସମୟରେ ବୁଲୁଙ୍କ ଫୋନ ସୁଇଚ୍ ଅଫ୍  ଥିବା ଏବଂ ଘଟଣା ର ତଦନ୍ତ ଚାଲିଥିବା ସେ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ବୁଲୁ ଜିତିବା ସୁନିଶ୍ଚିତ ବୋଲି ଜଣାପଡିବା ପରେ ଅଧ୍ୟକ୍ଷ ପଦବୀକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି ବୋଲି ଲୋକମାନେ କଥା ଆଲୋଚନା କରୁଛନ୍ତି ।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧୭/୨/୨୨ ---୭,୫୫
 Sakhigopal News,17/2/2022

Blog Archive

Popular Posts