Breaking News

ଦୁର୍ଘଟଣା ଜନିତ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ପହଞ୍ଚାଇ ଗୂଡ଼ ସମରୀଟିଏନ ପୁରସ୍କାର ପାଇଲେ ଦୁଇ ଯୁବକ

Two young men were rushed to a nearby hospital, where they were pronounced dead at the scene

ବରଗଡ଼ ------ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଦୁଇ ଜଣ ଯୁବକଙ୍କୁ ଗୁଡ଼ ସାମରୀଟିଏନ ପୁରସ୍କାର ପ୍ରଦାନ କରାଯାଇଛି ।  ସଡକ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ଙ୍କୁ ଆପତ୍ତକାଳୀନ ସେବା ପ୍ରଦାନ କରିଥିବାରୁ ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତି  ହିସାବରେ ବରଗଡ଼ ସଂକଳ୍ପ ପରିବାରର ସଂଯୋଜକ  ବିକାଶ ଅଗ୍ରୱାଲ ଓ ଅମ୍ବାଭୋନା ଗ୍ରାମର  ଅଭୟ କୁମାର ପଣ୍ଡା  ଙ୍କୁ  ଆଜି ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାହୁଲ ଜୈନ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ମାନସ ରଞ୍ଜନ ସାହୁ ଙ୍କ ଉପସ୍ଥିତିରେ ପ୍ରସଂଶା ପତ୍ର ସହ ପ୍ରୋତ୍ସାହନମୂଳକ ରାଶି ପ୍ରଦାନ କରିଛନ୍ତି । 
      ଜଣେ ବ୍ୟକ୍ତି ନିଃସ୍ୱାର୍ଥପର ଭାବରେ କୌଣସି ପ୍ରୋତ୍ସାହନ ରାଶି ବା ପୁରସ୍କାର ର ଆଶା ନରଖି, ବା ଆହତ ବ୍ୟକ୍ତିଙ୍କ ସହିତ ନିଜର କୌଣସି ସମ୍ପର୍କ ନଥାଇ ମଧ୍ୟ ତାଙ୍କୁ ଆପତ୍ତକାଳୀନ ସମୟରେ ଚିକିତ୍ସାଲୟ ପହଞ୍ଚାଇ ଥାଏ ।  ତା ହେଲେ ଏହି ପୁରସ୍କାର ଟି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ତରଫରୁ ସାହାଯ୍ୟ କରିଥିବା ବ୍ୟକ୍ତି ଙ୍କୁ ପ୍ରଦାନ କରାଯାଇଥାଏ । ତେବେ ରାଜ୍ୟ ସରକାର ଙ୍କ ତରଫରୁ ଦୁଇ ହଜାର ଟଙ୍କା ସହିତ ପ୍ରସଂଶା ପତ୍ର ଦିଆଯାଉଥିବା ବେଳେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ପାଞ୍ଚ ହଜାର ଟଙ୍କା ସହିତ ସମ୍ମାନ ପତ୍ର ପ୍ରଦାନ କରାଯାଇଥାଏ । ପୂର୍ବରୁ ଲୋକେ ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରି ବିଭିନ୍ନ କୋଟ କଚେରୀ ମାମଲାରେ ଛନ୍ଦି ହେଉଥିବା କାରଣରୁ ସାହାଯ୍ୟ କରିବା ପାଇଁ ଲୋକେ ପଛଘୁଞ୍ଚା ଦେଉଥିଲେ । ଯାହା ଫଳରେ ଅଯଥାରେ ଅନେକ ଲୋକ ମୃତ୍ୟର ଶିକାର ହେଉଥିଲେ । ତେବେ ବର୍ତମାନ ସମୟରେ ସରକାର ଙ୍କ ନୂତନ ନିୟମ ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଆପାତ୍ତକାଳୀନ ସେବା ପ୍ରଦାନ କରୁଥିବା ବ୍ୟକ୍ତିବିଶେଷ ଙ୍କୁ କୌଣସି କୋର୍ଟ କଚେରୀ ମାମଲାରେ ଅଂଶୀଦାର ନକରି ତାଙ୍କୁ ପ୍ରସାହନ ରାଶି ସହିତ ସମ୍ମାନ ପତ୍ର ପ୍ରଦାନ କରି ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏହି ପୁରସ୍କାର ପ୍ରଦାନ କରାଯାଉଛି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ, ୧୨/୨/୨୦୨୨----୮,୪୫
 Sakhigopal News,12/2/2022

Blog Archive

Popular Posts