ନିଆରା ଢଙ୍ଗରେ ଦଳୀୟ ପାର୍ଥୀ ପାଇଁ ପ୍ରଚାର କଲେ ବିଜେଡିର ଦୁଇ ହେବିୱେଟ ନେତା
Niara's two heavyweight BJP leaders campaigned for the party
ଜଟଣୀ ----- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ତଥା ଜଟଣୀ ର ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟ ଓ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ବିଭିନ୍ନ ପଞ୍ଚାୟତରେ ଜୋରଦାର ପ୍ରଚାର କରିଛନ୍ତି । ଜଟଣୀ ବ୍ଲକ ଯାଆଁଳା ପଞ୍ଚାୟତରେ 8 ନମ୍ବର ଜୋନ ଜିଲ୍ଲାପରିଷଦ ପ୍ରାର୍ଥୀ ରୋନୀତା ଦଳେଇ ଏବଂ ଯାଆଁଳା ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀନି ମାନଙ୍କ ପାଇଁ ଦଳୀୟ କର୍ମୀମାନଙ୍କୁ ଧରି ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଭୋଟଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ । ଆଜି ଏକ ନିଆରା ଢଙ୍ଗରେ ଶଗଡ଼ ଉପରେ ବସି ଶ୍ରୀଯୁକ୍ତ ବଳବନ୍ତରାୟ ପ୍ରଚାର ମଇଦାନକୁ ଓଲ୍ହାଇଥିଲେ । ଆଗରେ ଶଗଡ଼ ଚଳାଉଥିଲେ ସାଂସଦ ମୁନ୍ନା ଖାଁ ଏବଂ ଉପରେ ବିଭୁତି ଙ୍କ ସହ ଥିଲେ ମହିଳା ସରପଞ୍ଚ ସମିତିସଭ୍ୟ ପ୍ରାର୍ଥୀନୀ ମାନେ। ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶାସନ, ମହିଳା ଶସକ୍ତିକରଣ ଜରିଆରେ ମହିଳାଙ୍କ ହାତକୁ କାମ, ସ୍ୱାସ୍ଥ୍ୟସେବାର ଉନ୍ନତିକରଣ ,ଓଡିଶାକୁ ବିଭିନ୍ନ କ୍ଷେତ୍ରରେ ମଡେଲ ଭାବରେ ଗଢିତୋଳିବା ସଂପର୍କରେ ଲୋକମାନଙ୍କୁ ବୁଝାଇବା ସହିତ କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ବିରୋଧରେ ଉଭୟ ଦୁଇ ଭେଟେରାନ ନେତା ବିଷୋଦଗାର କରିଥିଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୨/୨୦୨୨----୮,୧୫
Sakhigopal News,22/2/2022