ବାପାଙ୍କ ସ୍ୱପ୍ନ ପୁରୁଣ କରିଲେ ବଲାଙ୍ଗିର ମାଟିର ଝିଅ, ଗାଁ ରେ ପ୍ରୀତିଙ୍କ ପାଇଁ ଉତ୍ସବ ମୁଖର
ସଇଁନ୍ତଲା -----ପୁଅ କିମ୍ବା ଝିଅ ଘରେ ଜନ୍ମ ହେଲେ ଛୋଟ ବେଳରୁ ବାପା ମାଆ ପିଲା ଙ୍କ ପାଇଁ ଅନକେ ସ୍ୱପ୍ନ ଦେଖନ୍ତି । ମୋ ପୁଅ କିମ୍ବା ଝିଅ ବଡ଼ ହେଲେ ଭଲ ଅଫିସର ହେବ ଓ ବାପା ମାଆ ଙ୍କ ଗୌରବ ଅର୍ଜନ କରିବ। ତେବେ ଏଭଳି ଏକ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବଡ଼ମାଲ(ଫପସି) ଗାଁର ଝିଅ ପ୍ରୀତି ମହାନନ୍ଦ(୨୧)। ସେ ଗତ ୩୧ ଅଗଷ୍ଟ ୨୦୦୦ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି। ସ୍ବର୍ଗତ ଗୋବିନ୍ଦ ମହାନନ୍ଦ ଓ ମାଆ ସୁଲୋଚନା ମହାନନ୍ଦ ଙ୍କ ଝିଅ ଅଟନ୍ତି।ଛୋଟ ବେଳରୁ ତାଙ୍କ ବାପାଙ୍କ ଦେହାନ୍ତ ହେବା ପରେ ତାଙ୍କ ମାମୁଁ ଅମିତ ଦୀପ ମାଇଁ ଅମ୍ରିତା ଦୀପଙ୍କ ଘରେ ରହି ଛୋଟ ବେଳରୁ ପାଠ ପଢୁଛନ୍ତି।ପୁଅ ଠାରୁ ଅଧିକ ଝିଅ ଙ୍କ ପ୍ରତି ଗୁରୁତର ଦେଇ ପାଠ ପଢା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ତାଙ୍କ ମାମୁଁ ଙ୍କ ପରିବାର ଲୋକେ ସହଯୋଗ କରିଥିଲେ ।
ତାଙ୍କର ଗୋଟିଏ ଭଉଣୀ ଓ ଗୋଟିଏ ଭାଇ ମଧ୍ୟ ରହିଛନ୍ତି।ବର୍ତ୍ତମାନ ଟିଟିଲାଗଡ଼ ଡିଏଭି କଲେଜ ରେ ଯୁକ୍ତ ୩ରେ ବିଏସସି ତୃତୀୟ ବର୍ଷ ରେ ଅଧ୍ୟୟନ କରୁଛନ୍ତି। ସ୍କୁଲରେ ପାଠ ପଢା ବେଳରୁ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଜିଲ୍ଲା ଏବଂ ରାଜ୍ୟ ବାହାରେ ମଧ୍ୟ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ମଧ୍ୟ ହାସଲ କରିଥିବା ବେଳେ ନୃତ୍ୟ ପରିବେଷଣ କରି ଅନେକ ଥର ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇ ପାରିଛନ୍ତି।କ୍ରୀଡ଼ା ପ୍ରତିଯୋଗିତାରେ ୨୦୧୬-୧୭ ମସିହାରେ ଜିଲ୍ଲା ସ୍ତରରେ ଚାମ୍ପିୟାନ ହାସଲ କରିଛନ୍ତି।
ତାଙ୍କର ଗୋଟିଏ ଭଉଣୀ ଓ ଗୋଟିଏ ଭାଇ ମଧ୍ୟ ରହିଛନ୍ତି।ବର୍ତ୍ତମାନ ଟିଟିଲାଗଡ଼ ଡିଏଭି କଲେଜ ରେ ଯୁକ୍ତ ୩ରେ ବିଏସସି ତୃତୀୟ ବର୍ଷ ରେ ଅଧ୍ୟୟନ କରୁଛନ୍ତି। ସ୍କୁଲରେ ପାଠ ପଢା ବେଳରୁ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଜିଲ୍ଲା ଏବଂ ରାଜ୍ୟ ବାହାରେ ମଧ୍ୟ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ମଧ୍ୟ ହାସଲ କରିଥିବା ବେଳେ ନୃତ୍ୟ ପରିବେଷଣ କରି ଅନେକ ଥର ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇ ପାରିଛନ୍ତି।କ୍ରୀଡ଼ା ପ୍ରତିଯୋଗିତାରେ ୨୦୧୬-୧୭ ମସିହାରେ ଜିଲ୍ଲା ସ୍ତରରେ ଚାମ୍ପିୟାନ ହାସଲ କରିଛନ୍ତି।
ସେଥିପାଇଁ ତ ତାଙ୍କ ପରିବାର ଲୋକେ ତାଙ୍କ ଉପରେ ଅନେକ ଆଶା ଓ ଭରଷା କରିବା ସହ ତାଙ୍କର ଏଭଳି ମହାନତା କୁ ନେଇ ପରିବାର ଲୋକ ଙ୍କ ମଧ୍ୟରେ ଅନେକ ଉତ୍ସାହିତ ଦେଖିବାକୁ ମଧ୍ୟ ମିଳି ପାରିଛି।ପ୍ରିତୀ କହନ୍ତି ଯେ, ତାଙ୍କ ବାପା ଙ୍କର ଅନେକ ସ୍ୱପ୍ନ ମଧ୍ୟ ରହି ଥିଲା ଯେ ତାଙ୍କ ଝିଅ ପ୍ରତି ବଡ଼ ହେଲେ ଭଲ ମଣିଷ ଟିଏ ହୋଇ ପରିବାର ଲୋକଙ୍କ ସୁନାମ ଅର୍ଜନ କରିବ ତେବେ ପ୍ରିତି ତାଙ୍କର ସ୍ୱପ୍ନ କୁ ଧୀରେ ଧୀରେ ପୂରଣ କରିବାରେ ସଫଳତା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ସୂଚନା ଯୋଗ୍ୟ ଯେ,ଚଳିତ ବର୍ଷ ଦେଶର ରାଜଧାନୀରେ ରାଷ୍ଟ୍ରୀୟ ଗଣତନ୍ତ୍ର ସମାରୋହରେ ପଲ୍ଲୀ ଠାରୁ ଦିଲ୍ଲୀକୁ ଯାଇ ଟିଟିଲାଗଡ଼ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡ଼ଟ ପ୍ରୀତି ମହାନନ୍ଦ ଭାଗ ନେବାର ସୁଯୋଗ ଲାଭ କରି ମହାବିଦ୍ୟାଳୟ ସୁନାମ ଆଣିଛନ୍ତି। ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ର ଛାତ୍ରୀଙ୍କ ମଧ୍ୟ ରୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ବଡ଼ମାନ(ଫପସି) ମାଟିର ଝିଅ ପ୍ରୀତି ପଶ୍ଚିମ ଓଡିଶା ପାଇଁ ଗୌରବ ଆଣିଛନ୍ତି।ସେ ଏନସିସି ରେ ସଫଳତା ହାସଲ କରି ଦିଲ୍ଲୀ ଠାରେ ରାଜପତ ସମ୍ମାନ ରେ ସମ୍ମାନିତ ହୋଇଥିବା ବେଳେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ,ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ,ସଇଁନ୍ତଲା ବ୍ଳକ ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ଦେବେନ୍ଦ୍ର ଯୋଶୀ, ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।ଦେଶର ରାଜଧାନୀ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ୟାରେଡ଼ରେ ମଧ୍ୟ ଭାଗ ନେବାକୁ ସୁଯୋଗ ଲାଭ କରିଥିବା ବେଳେ ପ୍ରୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଦେଖିବା ପରେ ଅନେକ ଉତ୍ସାହ ରହି ଥିବା ର ଦେଖିବାକୁ ମିଳିଛି।
ପଶ୍ଚିମ ଓଡ଼ିଶା ୫୭ ଜଣ କ୍ୟାଡଟ ସାମିଲ ହୋଇଥିଲେ ସେଥି ମଧ୍ୟ ରୁ ପଶ୍ଚିମ ଓଡିଶାର ଜଣେ ମାତ୍ର ଝିଅ ପ୍ରୀତି ସଫଳତା ହାସଲ କରିଛନ୍ତି। ପ୍ରୀତିଙ୍କ ପାଇଁ ଅନେକ ସ୍ୱପ୍ନ ରହି ଥିବା ବେଳେ ଆରମି ଅଫିସର ହେବାର ତାଙ୍କର ଲକ୍ଷ ଥିବା କହିଛନ୍ତି।ଆଜି ଦିଲ୍ଲୀ ରୁ ପ୍ରୀତି ତାଙ୍କ ବାସ ଭଵନକୁ ଫେରିବା ପରେ ପରିବାର ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ସହିତ ଫୁଲତୋଡ଼ା ଓ ନାଚ ଗୀତରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋ୍ଟ ,୧୦/୨/୨୦୨୨-----୩,୫୭ --
Sakhigopal News,10/2/2022