ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତରେ ଘମାଘୋଟ ଲଡେଇ
Delang Kothabad village panchayat is in a state of turmoil.
ଡେଲାଙ୍ଗ----ଡେଲାଙ୍ଗ ବ୍ଳକର ମୁଖଶାଳା ବା ବ୍ଳକର ପେଣ୍ଠସ୍ଥଳୀ ହେଉଛି ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତ । ଅତିତରେ ବନ୍ୟା ସମୟରେ ବ୍ଳକ ଏହି ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଥାଏ । ଏଠାରେ ଏଥର ଦୁଇ ଜଣଙ୍କ ମଧ୍ୟରେ ସରପଞ୍ଚ ଓ ସମିତିସଭ୍ୟ ପାଇଁ ଘମାଘଟୋ ଲଡେଇ ଚାଲିଛି । ଗୋଟିଏ ପଟେ ଦୁଇ ଦୁଇଥର ସରପଞ୍ଚ ଓ ସମିତିସଭ୍ୟ ପଦବୀରେ ରହିଥିବା ପ୍ରାର୍ଥୀ ଏବେ ସରପଞ୍ଚ ଭାବେ ନିର୍ବାଚନ ଲଡୁଥିବା ବେଳେ ସେଠାରେ ଜଣେ ଉଦୀୟ ମାନ ଯୁବକ ନିର୍ବାଚନରେ ଲଡି ହାରିଥିଲେ । ଏଥର ସେ ପଛକୁ ଯିବାକୁ ଚାହିଁନଥିବା ବେଳେ ଅନ୍ୟ ପକ୍ଷେ ପୂର୍ବତନ ସରପଞ୍ଚ ପଦବୀ ବଜାୟ ରଖିବାକୁ ଦୁର୍ଗା ଚରଣ ରାଉତରାୟ ସଂଗ୍ରାମ ଜାରି ରଖିଛନ୍ତି । ସେହିପରି ସମାଜସେବୀ ଯୁବକ ଦୀପକ କୁମାର ସାହୁ ବିଗତ ଦିନର ଭୁଲକୁ ସୁଧାରି ନିଶ୍ଚିତ ଜିତିବେ ବୋଲି ଆଶା ରଖିଛନ୍ତି । ବିଧାୟକ ନିଜେ ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ସହିତ ଜିଲ୍ଲାପରିଷଦ ସଭ୍ୟ ପ୍ରସନ୍ନ ସାହୁଙ୍କୁ ସାଙ୍ଗରେ ଧରି ପଞ୍ଚାୟତରେ ତାଙ୍କ ପ୍ରାର୍ଥୀ ମାନଙ୍କୁ ଭୋଟ ଦେବା ପାଇଁ ଭୋଟରଙ୍କ ନିକଟରେ ସେ ନିବେଦନ କରିବା ସହ ଭୋଟ ଭିକ୍ଷା କରିଥିବାର ଦେଖାଯାଇଛି । ଦେଖାଯାଉ କାହା ମୁଣ୍ଡରେ ସୁନା ମକୁଟ ରହୁଛି । ଡେଲାଙ୍ଗରୁ ଧୀରେନ୍ଦ୍ର ୍ର ସେନାପତି, ୧୯/୨/୨୦୨୨---୬,୩୫ Sakhigopal News, 19/2/2022