Breaking News

ବ୍ଳକ ସ୍ତରୀୟ କୁଇଜ ପ୍ରତିଯୋଗିତା

Block level quiz competition.


ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଟାଲେଣ୍ଟ ସର୍ଚ୍ଚ ଅର୍ଗନାଇଜେସନ ଅନୁଷ୍ଠାନ ପକ୍ଷରୁ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜୟଦୁର୍ଗା ହାଇସ୍କୁଲ, ଗୋପବନ୍ଧୁ ଜନ୍ମପୀଠ ଉଚ୍ଚ ବିଦ୍ୟାଳୟ, ନିମାପଡା ବ୍ଳକର ବାମନାଳ ଉଚ୍ଚ ବିଦ୍ୟାଳୟ ଓ ବଳଙ୍ଗା ଉଚ୍ଚ ବିଦ୍ୟାଳୟରେ ଏହି ପ୍ରତିଯୋଗିତା କରାଯାଇଥିଲା । ନୂଆ ବୁଢ଼ାକରୋ ସ୍ଥିତ  ସରସ୍ୱତୀ ଶିଶୁମନ୍ଦିର ପରିସରରେ  ୨୨ ତାରିଖରେ ଫାଇନାଲ ପ୍ରତିଯୋଗିତା କରାଯିବ ବୋଲି ଅନୁଷ୍ଠାନର ସଭାପତି ସୁବାସ ଚନ୍ଦ୍ର ଜେନା ଜଣାଇଛନ୍ତି ।  ଅନୁଷ୍ଠାନର ସମ୍ପାଦକ ପ୍ରଫୁଲ ପରିଡା ଓ ରାଜେଶ ମଲ୍ଲିକ, ସୁମନ୍ତ ମହାପାତ୍ର, ପ୍ରମୋଦ ରାଉତ, ପ୍ରମୁଖ ପରିଚାଳନା କରିଥିଲେ । ପ୍ରତିଯୋଗିତା ସଂଯୋଜନା କରିଥିଲେ ଦୁର୍ଯ୍ୟୋଧନ ପ୍ରଧାନ ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୧୫/୨/୨୦୨୨--୫.୫୫  

  Sakhigopal News, 15/2/2022

Blog Archive

Popular Posts