ମଟର ସାଇକେଲ ଧକ୍କାରେ ଜଣେ ଗୁରୁତର
One person was seriously injured in the crash
ସାକ୍ଷୀଗୋପାଳ-----ପୁରୀ -ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ ବ୍ଳକ ଛକ ଠାରୁ ଅଳ୍ପ ଦୂରରେ ଏକ ମଟର ସାଇକେଲ ଧକ୍କାରେ ଜଣେ ଗୁରୁତର ହୋଇ ପୁରୀ ମେଡିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି । ପୁରୀରୁ ଓଡି- ୦୨ବିଡ୍ୟୁ- ୩୬୬୧ ବୁଲେଟ ଗାଡିରେ ଦୁଇ ଜଣ ଯୁବକ ଆସୁଥବା ସମୟରେ ଅଠେଇଶ ଗ୍ରାମର ବିଷ୍ଣୁପ୍ରସାଦ ବେହେରାଙ୍କୁ ସାକ୍ଷୀଗୋପାଳ ନୂଆଗାଁ ଛକ ସମ୍ମୁଖରେ ଧକ୍କା ହୋଇଥିଲା । ବିଷ୍ଣୁ ତଳେ ପଡି ଯିବା ଦେଖି ସେଠାରେ ଉପସ୍ଥିତ ଥିବା କିଛି ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଯୁବକ ମାନଙ୍କୁ ବିରକ୍ତି ପ୍ରକାଶ କରିବାରୁ ଯୁବକ ମାନେ ସେମାନଙ୍କୁ ମାରଧର କରିଥିଲେ । ଯୁବକ ଦୁଇ ଜଣ ହେଲେ ସତ୍ୟଜିତି ମାନସିଂହ ପୁରୀ ଓ କେନ୍ଦ୍ରପଡାର ସରୋଜ କୁମାର ଜେନା । ଏହାକୁ ନେଇ ନୂଆଗାଁର ଶ୍ରୀଧର ମିଶ୍ର ସତ୍ୟବାଦୀ ଥାନାରେ ଅଭିଯୋଗ କରିବା ପରେ ବୁଲେଟ ମଟର ସାଇକେଲ ଜବତ କରିବା ସହ ୫୫/୨୨ରେ ଏକ ମାମଲା ରୁଜ କରି ଦୁଇ ଜଣ ଯୁବକଙ୍କୁ ଅଟକ ରଖିଥିବା ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୨/୨୦୨୨--୬,୨୦
Sakhigopal News, 15/2/2022