Breaking News

ସାକ୍ଷୀଗୋପାଳ ମନ୍ଦିରରେ ଗଜ ଉଦ୍ଦାରଣ ବେଶ

In the Sakshigopala temple, there is a lot of yard work


ସାକ୍ଷୀଗୋପାଳ ----- ସାକ୍ଷୀଗୋପିନାଥ ଦେବଙ୍କର ଗଜ ଉଦ୍ଦାରଣ ବେଶ ଅନୁଷ୍ଠିତ ହୋଇଯାଇଛି । ଏହି ବେଶ ଦେଖିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ସଂଧ୍ୟା ଧୂପ ପରେ ବଡ ସିଂହାର ବେଶରେ ମହାପ୍ରଭୁଙ୍କର ଗଜ ଉଦ୍ଦାରଣ ବେଶ ଅନୁଷ୍ଠିତ ହୋଇଥିଲା । ସିଂହାସନ ପୋଖରୀଆରେ କୃତିମ ନଦୀ, ଗଜ, କୁମ୍ଭୀର କରାଯିବ । ସେହିପରି ପ୍ରଭୁଙ୍କର ଚାରିଗୋଟି କୃତ୍ତିମ ହସ୍ତ ଖଞ୍ଜାଯାଇ ସେଥିରେ ଗଦା, ପଦ୍ମ, ଶଙ୍ଖ ଓ ଚକ୍ର ଧରି ଚତ୍ତୁଭୁର୍ଜାରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ । ଗଜର ଡାକରେ ପ୍ରଭୁ ଚକ୍ର ପେଷି କୁମ୍ଭୀର ମସ୍ତକ କାଟିବେ ଏହି ଦୃଶ୍ୟ ଦେଖିବା ପାଇଁ ଗହଳି ଲାଗିଥିଲା । ପ୍ରଭୁଙ୍କୁ ସୁନାର ବଂଶୀ, ହୀରାମୁଦି, କୁଣ୍ଡଳ, ଗଜମୁକୁତା ସହିତ ବିଭିନ୍ନ ଅଳଙ୍କାର ପିନ୍ଦିଥାନ୍ତି । ସେହିପରି ଠାକୁରଙ୍କର ନିତିଦିନ ଭୋଗ ସହିତ ଆଜି ସ୍ୱତନ୍ତ୍ର ଭାବେ ଗହମରେ ପ୍ରସ୍ତୁତ କ୍ଷୀରି ଓ ଚୁଡାଘଷା ଭୋଗ କରାଯିବ ବୋଲି ମନ୍ଦିରସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୨/୨୦୨୨---୧୦,୫୫   Sakhigopal News, 12/2/2022

Blog Archive

Popular Posts