Breaking News

୫ଟିରେ ସାମିଲ ତିନୋଟି ବିଦ୍ୟାଳୟର କାର୍ଯ୍ୟର ଅଗ୍ରଗତି ବୁଲି ଦେଖିଲେ ଜିଲ୍ଲାପାଳ

The district commissioner reviewed the progress of three schools, including five.


ସାକ୍ଷୀଗୋପାଳ -----  ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଳକରେ ଦୁତୀୟ ପର୍ଯ୍ୟାୟରେ ୫ଟିରେ ସାମିଲଥିବା  ବୀରଗୋବିନ୍ଦପୁର ହାଇସ୍କୁଲ, ସତ୍ୟବାଦୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ  ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ବୁଲି ଦେଖିଥଲେ ଜିଲ୍ଲାପାଳ ଡ. ସମର୍ଥ ବର୍ମା ଓ ପ.ିଡି ଜ୍ୟୋତି ଶଙ୍କର ମହାପାତ୍ର । ବିଦ୍ୟାଳୟ ଗୁଡିକରେ କାମ ବହୁ ଧିମାରେ ଚାଲିଥିବା  ଦେଖି ଜିଲ୍ଲାପାଳ ଶ୍ରୀ ବର୍ମା  ବିରକ୍ତି ପ୍ରକାଶ କରିବା ସହ ତୁରନ୍ତ କାର୍ଯ୍ୟ ଶେଷ କରିବା ପାଇଁ  ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କୁ ଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।  ଅନ୍ୟପକ୍ଷେ କାମ  କରୁଥିବା ଏଜେନ୍ସି ମାନେ ସଠିକ ସମୟରେ ବିଲ ପେମେଣ୍ଟ ନ ମିଳିବାରୁ କାମ ଡେରି ହେଉଥିବା ବିଶେଷ ସୁତ୍ରରୁ ଜଣାପଡିଛି । ସେହିପରି  ତ୍ରିସ୍ତରୀୟ ପଞ୍ଚାୟତନିର୍ବାଚନ ପାଇଁ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ କରାଯାଇଥିବା ଷ୍ଟ୍ରଙ୍ଗରୁମ ପୁରୀ ଜିଲ୍ଲାପାଳଶ୍ରୀ  ବର୍ମା ଓ ପି.ଡି ଶ୍ରୀ ମହାପାତ୍ର ବୁଲିକି ଦେଖିଥଲେ । ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳ,  ସତ୍ୟବାଦୀ ବ୍ଳକର  ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୨/୨୦୨୨---୬,୦୫  Sakhigopal News, 9/2/2022

Blog Archive

Popular Posts