ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ରାଜ ଭାଷା ବିଭାଗର ପୁରସ୍କାର ବିତରଣ ସମାରୋହ
Award Ceremony of Khordha Road Railway Department's Raj Language Department.
ଜଟଣୀ -- ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ରାଜ ଭାଷା ବିଭାଗ 2021-22 ମସିହାରେ କର୍ମଚାରୀଙ୍କ ପାଇଁ ଆୟୋଜିତ ବିଭିନ୍ନ ହିନ୍ଦୀ ପ୍ରତିଯୋଗିତାର ବିଜେତାମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ବିତରଣ ସମାରୋହ ଆୟୋଜନ କରାଯାଇଥିଲା ।
ଶ୍ରୀ କଲ୍ୟାଣ ପଟ୍ଟନାୟକ ଅତିରିକ୍ତ ମୁଖ୍ୟ ରାଜ ଭାଷା ଅଧିକାରୀ ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ର ବରିଷ୍ଠ କାର୍ମିକ ଅଧିକାରୀ ଶ୍ରୀ ରଂଜନ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ସରକାରୀ କାର୍ଯ୍ୟରେ ହିନ୍ଦୀ ଭାଷାର ମହତ୍ତ୍ଵ କୁ ପ୍ରୋତ୍ସାହିତ କରିବା ପାଇଁ ଏବଂ 2021-22 ମସିହାରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ରାଜଭାଷା ବିଭାଗ ଦ୍ଵାରା ପ୍ରବନ୍ଧ ଲିଖନ, ନୋଟିଂ ଏବଂ ଡ୍ରାଫ୍ଟିଂ, ଏଲୋକ୍ୟୁସନ୍, ହିନ୍ଦୀ ପ୍ରବାଦ ଲିଖନ, କୁଇଜ୍, ପିପିଟି ଉପସ୍ଥାପନା ଇତ୍ୟାଦି ବିଭିନ୍ନ ହିନ୍ଦୀ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ଅବସରରେ ଶ୍ରୀ କଲ୍ୟାଣ ପଟ୍ଟନାୟକ ସମସ୍ତ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ସରକାରୀ କାର୍ଯ୍ୟରେ ହିନ୍ଦୀ ବ୍ୟବହାର ଜାରି ରଖିବାକୁ ଅନୁରୋଧ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରାଜ ଭାଷା ଅଧିକାରୀ ଶ୍ରୀମତୀ ୟେଲିନା ପଣ୍ଡା ସଂଯୋଜନା କରିଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୨/୨୦୨୨----୮,୫୦
Sakhigopal News,11/2/2022