Breaking News

ମଣିନାଗ ପାହାଡ ଉପରୁ ୫୦୦ ଫୁଟ ତଳକୁ ଖସିଲା କାର ; ୫ଗୁରୁତର

The car fell 500 feet down the Maninag hills; 5 serious


ରଣପୁର----:ନୟାଗଡ ଜିଲ୍ଲା ରଣପୁରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ମଣିନାଗ ପାହାଡରୁ ୫୦୦ ଫୁଟ ତଳକୁ କାର୍ ଟି ଖସିପଡିଛି। ଫଳରେ ଗୋଟିଏ ପରିବାରର ୫ ଗୁରୁତର ହୋଇପଡିଛନ୍ତି।ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ର ଏକ ପରିବାର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିଜ କାର୍ ଯୋଗେ ଯାଇଥିଲେ।ପରିବାରର ସମସ୍ତ ସଦସ୍ୟ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ମଣିନାଗ ଦର୍ଶନ କରି ଫେରୁଥିଲେ। ମା' ମଣିନାଗ ପାହାଡରୁ ପାହାଡ ପାଦ ତଳ ପର୍ଯ୍ୟନ୍ତ ପ୍ରାୟ ୫ କିଲୋ ମିଟର ଲମ୍ବର ବୁଲାଣୀ ରାସ୍ତା। ରାସ୍ତାଟି ବୁଲାଣି ହୋଇଥିବାରୁ କାର୍ ଚଳାଇବା ବେଳେ ଚାଳକମାନଙ୍କୁ ସତର୍କତାର ସହ ଚାଳନା କରିବା ପାଇଁ ପଡିଥାଏ।କିନ୍ତୁ ଦୁର୍ଭାଗ୍ୟବଶତଃ କାରଟି ଭାରସାମ୍ୟ ହରାଇ ମା' ମଣିନାଗ ପୀଠରୁ ୫୦୦ ଫୁଟ ତଳକୁ ଖସିପଡିଥିଲା। ଫଳରେ ୫ ଯାତ୍ରୀ ଗୁରୁତର ହୋଇପଡିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ରଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି।


ରଣପୁରରୁ ରାକେଶ କୁମାର ପାଢ଼ୀ,୨୦/୨/୨୦୨୨---୯,୨୦ Sakhigopal News,20/2/2022

Blog Archive

Popular Posts