Breaking News

ନିର୍ବାଚନ କାର୍ଯ୍ୟ ପାଇଁ ଦାୟିତ୍ୱ ରେ ଥିବା କର୍ମଚାରୀ ଙ୍କ ମନମାନୀ; ସମର୍ଥକଙ୍କ ଦାବି ଯୋର ପରେ ମିଳିଲା ଏଜେଣ୍ଟ ଫର୍ମ୍

The willingness of the staff in charge of the election work; Proponents of her case have been working to make the actual transcript of this statement available online.

ଓଡ଼ଗାଁ:- ଓଡ଼ଗାଁ ବ୍ଲକ/ଥାନା ଅନ୍ତର୍ଗତ ପାଣ୍ଡେରିପଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀନୀ ଶ୍ରୀମତୀ ସୁଚିସ୍ମିତା ରାଉତ ତା: ୧୨.୨.୨୦୨୨ ଶନିବାର ଦିନ ଓଡ଼ଗାଁ ବ୍ଲକ ରେ ପୁଲିଂ ଏଜେଣ୍ଟ ଫର୍ମ୍ ପାଇଁ ଆବେଦନ କରିଥିଲେ । ସୋମବାର ଦିନ ଫର୍ମ୍ ମିଳିବ କହି ବ୍ଳକ ର ଜଣେ କର୍ମଚାରୀ ପ୍ରାର୍ଥୀ ଙ୍କୁ ଫେରାଇ ଦେଇଥିଲେ। ପରେ ପ୍ରାର୍ଥୀ ସୋମବାର ଦିନ ଏଜେଣ୍ଟ ଫର୍ମ୍ ଆଣିବା ପାଇଁ ସକାଳ, ଏବଂ ସନ୍ଧ୍ଯା ରେ ଦୁଇଦୁଇ ଥର ବ୍ଳକ କୁ ଧାଇଁ ଥିଲେ ସୁଦ୍ଧା ଫର୍ମ୍ ପାଉ ନାହୁଁ କହି ସଂମ୍ପ୍ରୁକ୍ତ ଅଧିକାରୀ ଜାଣିଶୁଣି ପ୍ରାର୍ଥୀ ଙ୍କୁ ହତୋତ୍ସାହିତ କରିଥିଲେ। ମଙ୍ଗଳବାର ରାତ୍ରି ୯.୩୦ ସୁଦ୍ଧା ଫର୍ମ୍ ନଦେବାରୁ ସରପଞ୍ଚ ପ୍ରାର୍ଥୀନୀ ସୁଚିସ୍ମିତା ଙ୍କ ସମର୍ଥକ ସମ୍ପ୍ରୁକ୍ତ କର୍ମଚାରୀ ଙ୍କ ସହ ଯୁକ୍ତିତର୍କ କରିବା ପରେ ବାଧ୍ଯ ହୋଇ ରାତି ୧୦ ରେ କର୍ମଚାରୀ ଜଣଙ୍କ ପ୍ରାର୍ଥୀ ଙ୍କୁ ଏଜେଣ୍ଟ ଫର୍ମ୍ ପ୍ରଦାନ କରିଥିଲେ। 
              ନିର୍ବାଚନ ଘଡିସନ୍ଧି ମୂହୁର୍ତ୍ତରେ ପ୍ରାର୍ଥୀ ଙ୍କୁ ଏଜେଣ୍ଟ ଫର୍ମ୍ ଦେବେ କହି ବାରମ୍ବାର ବ୍ଳକକୁ ଦଉଡେଇବା ଏବଂ ଫର୍ମ ନଦେବା ଏହା ରାଜନୈତିକ ଚାପରେ ସମ୍ପ୍ରୁକ୍ତ କର୍ମଚାରୀ କରିଥିବା ଅଭିଯୋଗ କରିବା ସହ ନିର୍ବାଚନ କାର୍ଯ୍ୟ ସମୟରେ ରେ ପ୍ରାର୍ଥୀ ଙ୍କୁ ବାଧା ସୃଷ୍ଟି କରିଥିବା ପାଇଁ ସମ୍ପ୍ରୁକ୍ତ କର୍ମଚାରୀ ଙ୍କ ବିରୋଧ ରେ ଶ୍ରୁଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ  ସରପଞ୍ଚ ପ୍ରାର୍ଥୀନୀ ସୁଚିସ୍ମିତା ରାଉତଙ୍କ ସ୍ୱାମୀ ଆଇନଜୀବୀ ବିଭୂତି ରାଉତ ବିଡିଓ ଙ୍କ ନିକଟରେ ଅଭିଯୋଗ କରିଛନ୍ତି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧୫/୨/୨୨ ---୧୦,୧୫ 
Sakhigopal News,16/2/2022

Blog Archive

Popular Posts