Breaking News

କାହା ମୁଣ୍ଡରେ ବନ୍ଦାହେବ ପଗଡି; ଚିନ୍ତାରେ ପ୍ରାର୍ଥୀ

The turban will be worn on someone's head; Concerned neo-hippies and their global warming, i'll tell ya

ସାକ୍ଷୀଗୋପାଳ----  ଏ ବର୍ଷ ପ୍ରଥମକରି ନିର୍ବାଚନ କମିଶନର ବିଧାୟକ ଓ ଲୋକସଭା ନିର୍ବାଚନ ପରେ ପରେ ଯେଉଁ ପରି ଭାବେ ଭୋଟ ଗଣତି କରାଯାଉଥିଲା । ଏଥର ସେହିଡଙ୍ଗରେ ଭୋଟ ଗଣତି କରାଯିବ । ସେଥିପାଇଁ ସତ୍ୟବାଦୀ ବ୍ଳକ ପ୍ରଶାସନ ଶେଷ ପର୍ଯ୍ୟାୟରେ ରହିଛି । କାଲି ସକାଳ ୮ ଟା ସମୟରେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣତି କରାଯିବ । ଏଥର ନୂତନ ନିୟମ ଅନୁସାରେ ଜୋନ ଅନୁଯାୟୀ ଭୋଟ ଗଣତି କରାଯିବ । ସତ୍ୟବାଦୀ ବ୍ଳକର ୩୧ ନଂ ଜୋନ ୯ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ।ଏହି ଜୋନରେ ଅଳଗୁମ, ଶୁକଳ, ଆଳିସ, ମଧୁବନ, ନରେନ୍ଦ୍ରପୁର, ସାଶ୍‌ଢ଼ରାଶାସନ, ଦାସବିଦ୍ୟାଧରପୁର, ନୂଆସମେଶ୍ୱରପୁର ଓ ବୀରରାମଚନ୍ଦ୍ରପୁର ପଞ୍ଚାୟତ ଗୁଡଇକ ରହିଛି । ଏହି ଜୋନରେ ୧୧୩ଟି ୱାର୍ଡ  ରହିଛି । ୬ ଜଣ ଦଳୀୟ ଓ ସ୍ୱାଧୀନ ପ୍ରାର୍ଥୀ ଜିଲ୍ଲାପରିଷଦ ସଭ୍ୟ ପାଇଁ ନିର୍ବାଚନ ମଇଦାନରେ ରହିଥିବା ବେଳେ ୩୨ ଜଣ ସରପଞ୍ଚ ଓ ୩୦ ଜଣ ସମିତିସଭ୍ୟସଭ୍ୟା ପାଇଁ ନିର୍ବାଚନରେ ଲଡିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଜିଲ୍ଲାପରିଷଦ ଓ ୯ ଜଣ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ନିର୍ବାଚିତ ହେବେ । ଏଣୁ କାହା ମୁଣ୍ଡରେ ପଗଡି ବନ୍ଦାହେବ ତାହା ଏବେ ଆଲେଚନାର ବିସୟ ହୋଇପଡିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୨/୨୦୨୨---୭,୧୦   

Sakhigopal News, 25/2/2022

Blog Archive

Popular Posts