Breaking News

ପେଣ୍ଠପଡାରେ ସରପଞ୍ଚ ତ୍ରିମୁଖୀ ଲଡେଇ ; ଭୋଟର ଏବେ ଚିନ୍ତାରେ

 Sarpanch fights in Pentapada; Voters are worried now


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ଗେଣ୍ଠପଡା ଗ୍ରାମ ପଞ୍ଚାୟତରେ ୫ଜଣ ପ୍ରାର୍ଥୀ ସରପଞ୍ଚ ପ୍ରାର୍ଥୀ ଭାବେ ଠିଆ ହୋଇଛନ୍ତି । ଉକ୍ତ ପଞ୍ଚାୟତଟି ୧୧ଗୋଟି ୱାଡ ରହିଥିବା ବେଳେ ୪୨୪୭ଜଣ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୧୯୭ଜଣ ପୁରୁଷ ଭୋଟର  ରହିଥିବା ବେଳେ ୨୦୫୦ ଜଣ ମହିଳା ଭୋଟର ରହିଛନ୍ତି । ଏହି ଭୋଟର ମାନେ ପାଞ୍ଚଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ । ବିଶେଷ କରି ଏଠାରେ ତ୍ରିମୁଖୀ ନିର୍ବାଚନ ଲଡେଇ ହେବ ବୋଲି ଆଶା କରାଯାଉଛି । ଏଠାରେ ପାଞ୍ଚ ଜଣ ପ୍ରାର୍ଥୀ ଠିଆ ହୋଇଛନ୍ତି ।  ଚିନ୍ମୟ ରାଉତ, ଅନିଲ କୁମାର ସାହୁ, ବିଶ୍ୱଜିତି ହୋତା, ଉମେଶ ଚନ୍ଦ୍ର ପ୍ରଧାନ ଓ ମଜିତ ଖାଁ ରହିଛନ୍ତି । ସମସ୍ତ ପ୍ରାର୍ଥୀ ମାନେ ନିଜ ନିଜ ସପକ୍ଷରେ ଭୋଟ ଆପେଣେଇବା ପାଇଁ ଉଦ୍ଦ୍ୟମ ଜାରି ରଖିଛନ୍ତି ।  ଏପରିକି ପ୍ରାର୍ଥୀ ମାନେ ନିଜ ନିଜର ଭାଇ, ସ୍ତ୍ରୀ, ପିଲାମାନଙ୍କ ସହିତ ବନ୍ଦୁ ବାନ୍ଦବ ଓ ନିଜ ନିଜର ସମର୍ଥକଙ୍କୁ ସାଙ୍ଗରେ ଧରି ନିର୍ବାଚନ ପ୍ରଚାର କରୁଛନ୍ତି । ଏହି ପଞ୍ଚାୟତରେ ବିଶେଷ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇଥବା ଚିନ୍ମୟ ରାଉତଙ୍କ ସହିତ ସମିତି ସଭ୍ୟ ପ୍ରାର୍ଥୀ ସୁମନ୍ତ ଘଟୁଆରୀ ହାତ ମିଳାଇ ପ୍ରାୟ ଏକାଠି ଭୋଟ ପ୍ରଚାର କରୁଛନ୍ତି । ଯାହାକି ଅନ୍ୟ ଦଳର ସମର୍ଥୀତ ପ୍ରାର୍ଥୀ ମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି । ପଞ୍ଚାୟତ ନିର୍ବାଚନରେ ଘର କଳି ଠାରୁ ହୋଇଥବା ଦୁର୍ନୀତି ବଡ କାନ୍ଥ ହୋଇ ଠିଆ ହୋଇଛି । ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ରାଉତ ସ୍ୱଚ୍ଛ ପଞ୍ଚାୟତ ଗଡି ତୋଲିବା ପାଇଁ ଦେଇଛନ୍ତି ଡାକରା । ତାଙ୍କ କଥାକୁ ବିଶ୍ୱାସ କରୁଛନ୍ତି ପଞ୍ଚାୟତର ଭୋଟର ମାନେ । ତଥାପି ବିଜେଡି ଓ ବିଜେପି ସମର୍ଥୀତ ପ୍ରାର୍ଥୀ ଅନିଲ କୁମାର ସାହୁ ଇଓ ଉମେଶ ଚନ୍ଦ୍ର ପ୍ରଧାନ ସେମାନେ ମଧ୍ୟ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା ଜାରି ରଖିଛନ୍ତି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୨/୨୦୨୨----୭.୫୫ 

Sakhigopal News, 11/2/2022

Blog Archive

Popular Posts