ନୂଆସମେଶ୍ୱରପୁର ଗୋପିନାଥ ମନ୍ଦିରରୁ ବହୁପୁରାତନ ଅଷ୍ଟଧାତୁର ମୂର୍ତ୍ତି ଚୋରି
Ancient octagonal statues were stolen from the Gopinath temple in Nuasameshwarpur
ସାକ୍ଷୀଗୋପାଳ------ ସତ୍ୟବାଦୀ ଥାନା ଅନ୍ତର୍ଗତ ନୂଆସମେଶ୍ୱରପୁର ଗ୍ରାମ ମୁଣ୍ଡରେ ଥିବା ଗୋପିନାଥ ମନ୍ଦିରରୁ ବଡ ଦୁର୍ଗା ମୂର୍ତ୍ତି ସହିତ ଚଳନ୍ତି ମଦନମୋହନ, ଚନ୍ଦ୍ରଶେଖର, ପାର୍ବତୀ, ଛୋଟଦୁର୍ଗାମୂର୍ତ୍ତି ଏହିପରି ଛଅ ଗୋଟି ଅଷ୍ଟଧାତୁରେ ପୂଜିତ ମୂର୍ତ୍ତି ଚୋରି ହୋଇଯାଇଛି । ସୁଚନାଯୋଗ୍ୟ ଯେ ମନ୍ଦିର ମୁଖଶାଳାରେ ପୂଜିତ ଅଷ୍ଟଧାତୁରେ ମା ଦୁର୍ଗାଙ୍କୁ ମୂତ୍ତି ବହୁ ଦିନର । ଯାହାରକି ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କା ହେବ ବୋଲି ଗ୍ରାମାବସୀ ମାନେ କହନ୍ତି । ସେହିପରି ସେଠାରେ ଥିବା ଅନ୍ୟ ଛଅଗୋଟି ମୂର୍ତ୍ତି ଚୋରି ହୋଇଯାଇଛି । ସୁଚନା ଯୋଗ୍ୟ ଯେ ମନ୍ଦିରପୂଜକ ରବିବାର ରାତିରେ ଠାକୁରଙ୍କ ନୀତିକାନ୍ତ ସାରିବା ପରେ ଦୁଆର ବନ୍ଦକରିଘରକୁ ଯାଇଥିଲେ । ଆଜି ସାକଳୁ ଆସି ଦେଖିଲା ବେଳକୁ ମନ୍ଦିରରେ ମୂର୍ତ୍ତି ନାହାନ୍ତି । ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମାବସୀଙ୍କ ପକ୍ଷରୁ ସତୀଶ ମହାପାତ୍ର ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେ ୫୬/୨୨ରେ ଏକ କେସରୁଜ କରାଯାଇତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ଦିଲ୍ଳୀପ କୁମାର ଧଳଙ୍କଠାରୁସୁଚନାମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୨/୨୦୨୨---୧୦,୧୦
Sakhigopal News, 14/2/2022