ସିନ୍ଧୁର ଖାଇ ମହିଳାଙ୍କର ମୃତ୍ୟୁ
Woman dies after eating Sindhu
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଚିଲ ପାଟଣା ଗ୍ରାମର ଜଣେ ମହିଳା ରୋଗର କଷ୍ଟ ସହିନପାରି ସିନ୍ଧୁର ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଚିଲପାଟଣା ଗ୍ରାମର ରମେଶ କୁମାର ସାହୁ ଙ୍କ ବୋଉ ବୁଧିମଣି ସାହୁ ଅନେକ ଦିନହେବ ରୋଗରେ ଯନ୍ତ୍ରଣା ପାଉଥିଲେ । ରୋଗର କଷ୍ଟ ସହିନପାରି ଲୁଚିକରି ସିନ୍ଧୁର ଖାଇ ଦେଇଥିଲେ । ସିନ୍ଦୁର ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ତାଙ୍କୁ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ମେଡିକାଲକୁ ଅଣାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ ପୁରୀ ପଠାଯାଇଥିଲା । ପୁରୀ ରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ୪/୨୦୨୨ରେ ଏକ ଅପମୃତ୍ୟୁ କେସରୁଜ କରି ଶବ ବ୍ୟବଛେଦ କରିବା ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୨/୨୦୨୨ Sakhigopal News, 24/2/2022