ଚୋରାମଦ ସହ ବାଇକ୍ ଜବତ :୨ ଗିରଫ
Bike confiscated with drugs: 2 arrested.
ଭଞ୍ଜନଗର -- ବାଇକ୍ ରେ ବେଆଇନ ଦେଶୀମଦ ନେଉଥିବା ବେଳେ ଗାଲେରୀ ଫାଣ୍ଡି ପୋଲିସ ଧରିବା ରେ ସଫଳ ହୋଇଛି । ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨୦ ଲିଟର ମଦ ଓ ବାଇକ୍ କୁ ଜବତ କରିଛି ପୋଲିସ । ଗିରଫ ଦୁଇ ଜଣ ମଦ ବ୍ୟବସାୟୀ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ସାତକେଶିଆ ଗ୍ରାମର କୁମର ମଳିକ ଓ ଚକାପାଦୁ ଥାନା ଅନ୍ତର୍ଗତ ଦଲକ ଗ୍ରାମର କୁନା ମଳିକ ବୋଲି ପୋଲିସ କହିଛି । ତ୍ରିସ୍ତରୀୟ ପଞ୍ଚାୟତ ନିବାର୍ଚନକୁ ଆଖି ଆଗରେ ରଖି ତାରସିଂ ଥାନା ଓ ଗାଲେରୀ ଫାଣ୍ଡି ପୋଲିସ ବେଆଇନରେ ମଦ ବ୍ୟବସାୟୀକୁ ରୋକିବା ପାଇଁ ପଦକ୍ଷେପ ଆରମ୍ଭ କରିଛି । ତେବେ ପୋଲିସ ର ଏହି ନିୟମ କୁ ବେଖାତିରି କରି ବେଆଇନ ଭାବେ ଏକ ବାଇକ୍ ରେ କୁନା ଓ କୁମର ୨୦ ଲିଟରଦେଶୀ ମଦ ଧରି ଆସୁଥିଲେ । କୈ।ଣସି ସୁତ୍ରରୁ ଗାଲେରୀ ଫାଣ୍ଡି ଅଧିକାରୀ ଚନ୍ଦ୍ରଶେଖର ବେହେରା ଖବର ପାଇ , ଗାଲେରୀ ଗାଁ ନିକଟରେ ଛକି ରହିଥିଲେ । କୁନା ଓ କୁମର ବାଇକ୍ ରେ ଆସିବାର ଦେଖି ଗାଲେରୀ ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ଓ ପୁଲିସ କର୍ମଚାରୀମାନେ ମଟର ସାଇକେଲ ଅଟକାଇ ଯାଞ୍ଚ କରିବା ସମୟରେ ଜଣିବାକୁ ପାଇଥିଲେ ଏକ ବ୍ୟାଗରେ ବେଆଇନ ୨୦ ଲିଟର ଦେଶୀମଦ ଧରିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରୁ ମଦଓ ବାଇକ୍ କୁ ଜବତ କରିବା ସହ କୁନା ଓ କୁମରକୁ ଗିିରଫ କରି ତାରସିଂ ଥାନାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ସୁଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୨/୨୦୨୨---୮,୪୫
Sakhigopal News, 17/2/2022