ଫୁଲ୍ଓ୍ଵମା ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଶୋଭାଯାତ୍ରା
Tribute to Phulwama Martyrs.
ଭଞ୍ଜନଗର--- ଗୋବରା ନିକଟସ୍ଥ ଲୁଦୁଲୁଦି ଗ୍ରାମଠାରେ ଲୋକ ନାଟ୍ୟ ଗୁରୁ କାହ୍ନୁ ଚରଣ ଷଡ଼ଙ୍ଗୀଙ୍କ ଆହ୍ଵାନ କ୍ରମେ ଗ୍ରାମ୍ୟ ଯୁବ ଗୋଷ୍ଠୀ ପୁଲ୍ଓ୍ଵମା ଶହୀଦଙ୍କ ଦ୍ଵିତୀୟ ବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଦେଶ ପାଇଁ ଗର୍ବ ଓ ଗୌରବର ପ୍ରତୀକ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଦେଶର ପ୍ରଗତିରେ ଉଭୟ କୃଷକ ଓ ଯବାନ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା ସ୍ଥଳେ କୃଷକ ସମାଜ ଦ୍ଵାରା ସହିଦ ସ୍ମୃତି ଚାରଣ ଏକ ନିଆରା ଶ୍ରଦ୍ଧାଞ୍ଜଳି । ଦୁଇ ବର୍ଷ ତଳେ ପୂଲ୍ଓ୍ଵାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଚାଳିଶ ଜଣ ଜୱାନଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ନିମନ୍ତେ ପ୍ରବୀଣ କୁମାର ସ୍ବାଇଁ, ଜିତୁ ବେହେରା, ବିକ୍ରମ ଜେନା ପ୍ରମୁଖଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବଗୋଷ୍ଠୀ ସାମିଲ ହୋଇ ସହିଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ପୁଲ୍ଓ୍ଵାମା ଶହୀଦ ଅମର ରହେ, ଜୟ ଯବାନ ଜୟ କିଶାନ୍, ବନ୍ଦେ ମାତରଂ ଆଦି ସ୍ଲୋଗାନ ଦେଇଥିଲେ । ନିକଟସ୍ଥ କଣ୍ଟେଇପଲ୍ଲି ନିକଟରେ ମହମବତୀ ଶୋଭାଯାତ୍ରାରେ ପରିଭ୍ରମଣ କରିଥିଲେ । ଫଳରେ ସମ୍ପୃକ୍ତ ଅଞ୍ଚଳରେ ଏକ ଦେଶପ୍ରିତି ବାତାବରଣ ସୃଷ୍ଟି ହୋଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୨/୨୦୨୨--୯,୪୦ Sakhigopal News,15/2/2022