ସତ୍ୟବାଦୀ ବ୍ଳକରେ ୧୩୬ଟି ଉତ୍ତେଜନା ପ୍ରବଣ ବୁଥ ଚିହ୍ନଟ
136 provocative booths identified in Satyavadi block.
ସାକ୍ଷୀଗୋପାଳ ---- ଆସନ୍ତା୨୦ ତାରିଖରେ ସତ୍ୟବାଦୀରେ ତ୍ରିସ୍ତୀରିୟ ପଞ୍ଚାୟତ ନିର୍ବାଚନ ହେବ । ୨୪ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ସତ୍ୟବାଦୀ ବ୍ଳକ ଗଠନ ହୋଇଥିବା ବେଳେ ୩୦୫ ଗୋଟି ବୁଥ ରହିଛି । ସେଥି ମଧ୍ୟରୁ ୫୩ ଗୋଟି ବୁଥ ଅତ୍ୟଧିକ ଉତ୍ତେଜନା ପ୍ରବଣ ବୁଥ ଭାବେ ଚିହ୍ନଟ କରାଯାଇଛି । ସେହିପରି ୮୩ ଗୋଟି ବୁଥ ଉତ୍ତେଜନା ପ୍ରବଣ ବୁଥ ଭାବେ ମଧ୍ୟ ଚିହ୍ନଟ କରାଯାଇଛି । ୧୫୯ଟି ବୁଥ ସାଧାରଣ ବୁଇ ଭାବେ ଚିହ୍ନଟ କରାଯାଇଛି ବୋଲି ବ୍ଳକର ପ୍ରଗତି ସହାୟକ ତଥା ଭାରପ୍ରାପ୍ତ ପଞ୍ଚାୟତ ଅଧିକାରୀ ସୌଭାଗ୍ୟ ରଞ୍ଜନ କରଙ୍କ ଠାରୁ ସୁଚନା ମିଳିଛି । ଏହି ୧୩୬ ଗୋଟି ବୁଥ ପାଇଁ ସ୍ୱତନ୍ତ ପୋଲିସ ରହିବା ସହ କଡା କଡି ଭାବେନଜର ରଖାଯିବ । ଯେପରି କୌଣସି ଅପତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ପୋଲିସ ଓ ପ୍ରଶାସନ ସଜାଗ ରହିଥିବା ପଞ୍ଚାୟତ ନିର୍ବାଚନ ଅଧିକାରି ତଥା ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୨/୨୦୨୨---୬,୨୫
Sakhigopal News--3/2/2022