ବାସୁକେରା ଗ୍ରାମରେ ୨୨ତମ ରାମପରାୟଣ ଅନୁଷ୍ଠିତ
The 22nd Ramparayan is held in Basukera village
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ବାସୁକେରା ଗ୍ରାମରେ ୨୨ତମ ରାମପରାୟଣ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମା ତାରେଣୀଙ୍କ ମନ୍ଦିର ନିକଟରୁ ସ୍ରୋତ୍ରୀୟ ବାହ୍ମଣ ମାନଙ୍କ ସହିତ ବାଜା, ନାମସଂକୀର୍ତ୍ତନ କରି ୨୦ ଜଣ ଯୁବକ , ମହିଳା ମାନେ ଗ୍ରାମ ମୁଣ୍ଡରେ ଥିବା ବନ୍ତେଶ୍ୱର ପୋଖରୀ ନିକଟରେ ପହଞ୍ଚଥିଲେ । ସେଠାରେ ବାହ୍ମଣ ମାନଙ୍କ ଦ୍ୱାରା ଅଭିମନ୍ତ୍ରିତ କରାଯିବା ପରେ ଘଟ ଧରି ବ୍ରତୀ ମାନେ ମା ତାରେଣୀଙ୍କ ପୀଠକୁ ଆସିଥିଲେ । ଘଟ ଧରି ଶୋଭାଯାତ୍ରା ଆସିବାସମୟରେ ଗ୍ରାମ ଦାଣ୍ଡରେ କିଛି ମହିଳା ମାନେ ନୂତନ ବସ୍ତ୍ର ପାରିଥିବାର ଦେଖାଯାଇଥିଲା । ଏବଂ ପ୍ରତି ଦୂଆର ମାନଙ୍କରେ ମହିଳା ମାନେ ପୂର୍ଣ୍ଣକୁମ୍ଭ ବସାଇବା ସହ ବନ୍ଦାବନା କରିଥିବାର ଦେଖାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୨/୨୦୨୨---୧୦,୫୫
Sakhigopal News, 12/2/2022