ଭଞ୍ଜନଗର ନଗର ଲାଲସିଙ୍ଗି ପଞ୍ଚାୟତରେ ମନ୍ତ୍ରୀ ବିକ୍ରମ ଆରୁଖ ପ୍ରଚାରର ମଙ୍ଗଧରିଲେ
In the Lalsingi panchayat in Bhanjanagar, Minister Vikram Arukh took the lead in campaigning.
ଭଞ୍ଜନଗର – ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ର ଲାଲସିଙ୍ଗି ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଶେଷ ପର୍ଯ୍ୟାୟ ତଥା ଆସନ୍ତା ୨୪ ତାରିଖ ରେ ଭଞ୍ଜନଗର ବ୍ଳକ ର ୨୨ ଟି ପଞ୍ଚାୟତ ଏବଂ ୩ ଟି ଜିଲ୍ଲାପରିଷଦ ଜୋନ୍ ରେ ମତଦାନ ହେବ । ସେହିକ୍ରମରେ ମନ୍ତ୍ରୀ ଶ୍ରୀ ଅରୁଖ ଲାଲସିଙ୍ଗି ପଞ୍ଚାୟତର ରାଜକୁଣ୍ଡୁ , ଲାଲସିଙ୍ଗି, ଲଣ୍ଢେଇସାହି ଓ ଛେଦାଭୂମି ଗାଁ ରେ ପ୍ରଚାର ରାଲି ରେ ଯୋଗ ଦେଇଥିଲେ । ୫୦ ନମ୍ବର ଜିଲ୍ଲାପରିଷଦ ଜୋନ୍ ର ବିଜେଡି ପ୍ରାର୍ଥୀନୀ ଶୈଳବାଳା ବିଷୋୟୀ ଙ୍କ ପାଇଁ , ଜନସାଧାରଣଙ୍କୁ ଭୋଟ ନିବେଦନ କରିଥିଲେ । ସେହିଭଳି ଲାଲସିଙ୍ଗି ପଞ୍ଚାୟତର ଦଳୀୟ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଶିବରାମ ସାହୁ ଓ ସମିତିସଭ୍ୟ ପ୍ରାର୍ଥୀନୀ ରାଜଲକ୍ଷ୍ମୀ ପ୍ରଧାନ ଙ୍କ ପାଇଁ ମଧ୍ୟ ନିବେଦନ କରିବା ସହ , ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ଆୟୋଜିତ ପଥପ୍ରାନ୍ତ ସଭାରେ କହିଥିଲେ ମନ୍ତ୍ରୀ ଶ୍ରୀ ଅରୁଖ । ଦଳୀୟ ପ୍ରାର୍ଥୀ ଓ ସମର୍ଥକଙ୍କ ସହ କନ୍ଧମାଳ ସାଂସଦ ଭଞ୍ଜନଗର ପ୍ରତିନିଧି ଦିବାକର ନାୟକ , ସଂଯୋଜକ ଶୂଳପାଣି ଶତପଥୀ , ପଞ୍ଚାନନ ପାଳ ଓ ଯୁବ ସଂଗଠକ ବିଷ୍ଣୁ ପ୍ରଧାନ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ଓ ରାଲିରେ ଯୋଗଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୨/୨୦୨୨---୯,୧୦ Sakhigopal News,19/2/2022