Breaking News

ଟାହେଣ୍ଟ ସର୍ଚ୍ଚ ଅନୁଷ୍ଠାନ ପକ୍ଷରୁ ଅମୃତ ମହୋତ୍ସବ

Amrit Mahotsav on behalf of Taent Search Institute
 ସାକ୍ଷୀଗୋପାଳ------ ସତ୍ୟବାଦୀ ଟାହେଣ୍ଟ ସର୍ଚ୍ଚ ଅନୁଷ୍ଠାନ ପକ୍ଷରୁ ଅମୃତ ମହୋତ୍ସବ ଓ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୁଢ଼ାକେରା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ସଭାରେ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ କରାଯାଇଥିଲା ।  ପୁରଷ୍କାର ବିତରଣୀ ଉତ୍ସବରେ ସୁବାସ ଚନ୍ଦ୍ର ଜେନା ସଭାପତିତ୍ୱ କରିଥିଲେ । ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଗ୍ରାମଞ୍ଚଳରେ ଲୁଚି ରହିଯାଉଥିବା ଶିଶୁ ପ୍ରତିଭା  ମାନଙ୍କୁ ଅନ୍ୱେଷଣ କରାଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ପାଇଁ ଅନୁଷ୍ଠାନର ପ୍ରୟାସକୁ  ଅତିଥି ମାନେ ପ୍ରଶଂସା କରିଥିଲେ ।  ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ ୯ ଟି ବିଦ୍ୟାଳୟର ୩୬ ଜଣ ଛାତ୍ର ଛାତ୍ରୀ ସଫଳତା ହାସଲ କରିଥିବାରୁ ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।  ପଦ୍ମନାଭ ପଣ୍ଡା, ଶିକ୍ଷାବୀତି ସୁଦାମ ଚରଣ ବାରିକ, ପ୍ରଭାତ କୁମାର ପାତ୍ର, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ଅନିଲ କୁମାର ମଲିକ ବାର୍ଷିକ ବିବରଣୀ ପାଠ କରିଥିଲେ ଚାହ୍ନୁ ଚରଣ ମଞ୍ଚ ପରିଚାଳନା କରିଥିଲେ । ଅନୁଷ୍ଠାନର ମୁଖ୍ୟ ସଂଯୋଜକ ଦୁର୍ଯ୍ୟେଧନ ପ୍ରଧାନ କାର୍ଯ୍ୟକମକୁ ସଂଯୋଜନା କରିଥିଲେ ।ଏହି ଅବସରରେ ୮ଜଣ ସମାଜସେବୀ ଓ କୃଷକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମର୍ଦ୍ଧିତ କରାଯାଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୨/୨୦୨୨---୬,୫୦   Sakhigopal News, 22/2/2022


Blog Archive

Popular Posts