Breaking News

ଅଗ୍ରଣୀ ‘ଗୁଞ୍ଜ’ ସ୍ୱେଚ୍ଛାସେବୀଅନୁଷ୍ଠାନ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କୁ ଟ୍ରାଇସାଇକେଲ, ହୁଇଲିଚେୟାର ଓ ଅଶାବାଡି ବଣ୍ଟନ


Distribution of tricycles, wheelchairs and crutches to the disabled by leading 'Gunz' voluntary organizations

ପୁରୀ ---- ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଳକ ଅନ୍ତର୍ଗତ ଦାମେଦରପୁର, ପୁରୀ ଓ ଗୋପ ରେ ଗୁଞ୍ଜ ଅନୁଷ୍ଠାନ ପକ୍ଷରୁ ଟ୍ରାଇସାଇକେଲ ୧୫ ଗୋଟି ଓହୁଇଲି ଚେୟାର ୧୭ଟି ଓ ଆଶାବାଡି ୪ ଜଣଙ୍କୁ ବଣ୍ଟନ କରାଯାଇଛି । ଗୁଞ୍ଜ ଅନୁଷ୍ଠାନର ଓଡିଶା ମୁଖ୍ୟ ସୁରେଶ କୁମାର ଦିବ୍ୟାଙ୍ଗ ମାନଙ୍କୁ ଉପକରଣ ଗୁଡିକ ପ୍ରଦାନ କରିଥିଲେ ।  ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବା  ଗୁଞ୍ଜ ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ ରହିଛି ବୋଲି ଅନୁଷ୍ଠାନର ଓଡିଶାର ମୁଖ୍ୟ ଶ୍ରୀ କୁମାର କହନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ ବେହେରା, ବିଭୁ ପ୍ରସାଦ ପଲେଇ, ସଂଯୁକ୍ତା ଜେନା, ସନ୍ତୋଷ ଦଳେଇ, ଲକ୍ଷ୍ମୀପିୟା କାଣ୍ଡି ଓ ଯଶୋସ୍ୱନ୍ନୀ ଜଗଦେବ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


 ଧୀରେନ୍ଦ୍ର ସେନାପତି, ୨୫/୨/୨୦୨୨---୭.୦୫   

Sakhigopal News, 25/2/2022

Blog Archive

Popular Posts