ସରପଞ୍ଚ ପ୍ରାଥି ଦେବରାଜ ମହାନନ୍ଦ ଥାନାରେ ଅଟକ
Sarpanch Prathi was detained at Debraj Mahananda police station
ବଲାଙ୍ଗିର---- ସଇଁତଲା ଥାନା ଅନ୍ତର୍ଗତ କୁଇକେଡ଼ା ପଞ୍ଚାୟତରେ ନିର୍ବାଚନ ତାତି ରହିଛି । ନିର୍ବାଚନକୁ ନେଇ ହିଂସା କରୁଥିବା ମଧ୍ୟ ଏବେ ସାମ୍ନାକୁ ଆସିଛି।କୁଇକଡା ପଞ୍ଚାୟତର ସରପଞ୍ଚ ପ୍ରାଥି ଦେବରାଜ ମହାନନ୍ଦ ଆଜି ରେଙ୍ଗାଲି ପଟେଲ ପଡାର ଭାଗବତିଆ ପଟେଲଙ୍କ ଘରକୁ ଯାଇ ମୋତେ ଭୋଟ ନ ଦେଲେ ତୋ ପୁଅକୁ ଜୀବନରୁ ମାରିବା ସଂଗେ ସଂଗେ ତୋତେ ବି ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଭାଗବତିଆ ପଟେଲ ଥାନାରେ ଅଭିଯୋଗ କରିଛନ୍ତ। ଅଭିଯୋଗ ପାଇବା ପରେ ପୋଲିସ କୈାଣସି ଅଘଟଣ ଘଟିବା ଆଗରୁ ଅଭିଯୁକ୍ତ ସରପଞ୍ଚ ପ୍ରାର୍ଥୀ ଦେବରାଜ ମହାନନ୍ଦଙ୍କୁ ଥାନା ରେ ଅଟକ ରଖିଥିବା ପୋଲିସ ଠାରୁ ସୁଚନା ମିଳିଛି । ମାତ୍ର ଦେବରଜ ମହାନନ୍ଦକୁ ଗିରଫ ନ କରାନଯାଏ ଆସନ୍ତା କାଲି ସଇଁତଲାରେ ହେବା କୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ରେଙ୍ଗାଲି ପଟେଲ ପଡାବାସି ମାନେ ଚେତାବନୀ ଦେଇଛନ୍ତି।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ୍ , ୨୩/୨/୨୦୨୨-----୩,୩୦
Sakhigopal News,23/2/2022