Breaking News

ଆବର୍ତ୍ତନ ପାଣ୍ଠି ପରିଚାଳନା ଉପରେ ଏକ ଦିନିକିଆ ତାଲିମ୍ ଶିବିର

A one-day training camp on revolving fund management
 

ଭଞ୍ଜନଗର---ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ କେନ୍ଦ୍ରିୟ ବନାଞ୍ଚଳ ଅନ୍ତର୍ଗତ ଗାଂଗପୁର ସେକ୍ସନ ର  ଆସ୍କା,ଵେଲଗୁଣ୍ଠା,ସୋରଡା ଵ୍ଳକ ଅଧିନ ଓ କେନ୍ଦ୍ରିୟ ବନାଞ୍ଚଳ ଅଧିନରେ ପରିଚାଳିତ ବିଭିନ୍ନ ବନସୁରକ୍ଷା ସମିତି ଯାହାକି ମାଳତୀ,ବିଞ୍ଚିଗିରି, ଗୋପନଗର, ମଠସାହି,ପର୍ଶୁଲୁଣ୍ଡା (ପ୍ରତାପ ଲକ୍ଷ୍ମଣ ପୁର),ଦୁମୁଦୁମି, ସୁନାପଲ୍ଲି ଵଂଜର,କୁମୁଣ୍ଡି ମୋଟ ଆଠ ଗୋଟି   ଵନସୁରକ୍ଷା ସମିତି ର ସଭ୍ୟ ସଭ୍ୟା,ଏନିମେଟର୍, ଆବର୍ତ୍ତନ ପାଣ୍ଠି ଋଣ ପ୍ରସ୍ତାବକ କମିଟି ସଭ୍ୟ ସଭ୍ୟା ଜଂଗଲ ଓ ପରିବେଶ ପ୍ରେମି ମାନକଂ ପାଇଁ ବୁଢ଼ା କେନ୍ଦୁ ମନ୍ଦିର ପ୍ରାଙ୍ଗଣରେଏକ ଦିନିକିଆ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ବନାଞ୍ଚଳ ଅଧିକାରୀ ଶ୍ରୀ କୁମର ବେହେରା ଙ୍କତତ୍ବାବଧାନରେ ଆୟୋଜନ କରାଯାଇଥିଲା ଏହି ତାଲିମ୍ ଶିବିର । ଉତ୍ତର ଘୁମୁସର ବନଖଣ୍ଡ ଭଂଜନଗର ସ୍ଥିତ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -ଦୁଇ ର ଏସ୍.ଏମ୍.ଏସ ଶ୍ରୀ ସାନ୍ତନୁ କୁମାର ସାହୁ ଓ ଶ୍ରୀ କାହ୍ନୁ ଚରଣ ସାହୁ ଯୋଗଦେଇଥିଲେ ।  ସହ ବନପାଳ ଜି ଭେଙ୍କଟ ଦୋରା,ବନପାଳ   ଜିତେନ୍ଦ୍ର କୁମାର ମଲ୍ଲିକ,ବନରକ୍ଷୀ ବିଞ୍ଜାନୀ ବେହେରା,ଏଫ୍.ଏମ୍.ୟୁ ସଂଯୋଜକ  ପ୍ରଶାନ୍ତ କୁମାର ସାହୁ ଓ  ସନ୍ତୋଷ କୁମାର ଡାକୁଆ ଯୋଗଦେଇ ଆବର୍ତ୍ତନ ପାଣ୍ଠି କ'ଣ,ତାହାର ପରିଚାଳନା କିପରି ଓ କାହା ଦ୍ୱାରା କରାଯିବ,ଆବର୍ତ୍ତନ ପାଣ୍ଠିର ସୁବିନିଯୋଗ ସହ ବନସୁରକ୍ଷା ସମିତିର ଆବର୍ତ୍ତନ ପାଣ୍ଠି କୁ କିପରି ଵଢାଇ ତାହା ଗରିଵ ପରିବାରଙ୍କ ଜୀବିକା ର ଉନ୍ନତି କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ ।  ଗୋଷ୍ଠୀ ସଭ୍ୟା ମାନେ ଗୋଷ୍ଠିଭିତିକ ଜିବୀକାର ଉନ୍ନତି ହୋଇପାରିବ ତାହା ଉପରେ ତଥ୍ୟ ସହଭାଗିତା ମାଧ୍ୟମରେ ଆଦାନ ପ୍ରଦାନ କରାଯାଇଥିଲା । ଜଙ୍ଗଲ କୁ ନିଆଁ ଦାଉରୁ କିପରି ରକ୍ଷା କରାଯିବ,ଓ ଜଙ୍ଗଲ ରେ କିପରି ନିଆଁ ଲାଗେ ଓ ତାରପ୍ରତିକାର କିପରି କରାଯିବ  ଜଙ୍ଗଲରେ ଅଗ୍ନି ନିରୋଧ ରେଖା ନିର୍ମାଣ କରିବା, ଲୋକମାନଙ୍କୁ ନେଇ ସଚେତନ ଶିବିର ଆୟୋଜନ କରିବା ଆଦି ବିଷୟରେ ଆଲୋଚନା କରାଯାଇ ଜଙ୍ଗଲ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୨/୨୦୨୨----୮,୪୦ 
Sakhigopal News,21/2/2022

Blog Archive

Popular Posts