Breaking News

ଭାରତ ବିକାଶ ପରିଷଦ ପକ୍ଷରୁ ବକୁଳବନ ସୁରକ୍ଷା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ

 Bharat Vikas Parishad launches Bakulban Protection and Sanitation Program


 ସାକ୍ଷୀଗୋପାଳ-----  ଭାରତବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ  ସତ୍ୟବାଦୀର ବକୁଳବନ ପରିସର ସଫେଇ କରିବା ସହ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିଛି । ବକୁଳବନର ସୁରକ୍ଷା, ସୁନ୍ଦର ଲକ୍ଷ୍ୟ ନେଇ ଅନୁଷ୍ଠାନର ସଭ୍ୟସଭ୍ୟା ମାନେ ଯୋଗ ଦେଇଥିଲେ ।  ବକୁଳବନ ପରିସରରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ଗୁଡିକ ସଫା କରାଯିବା ସହ ମାଲ୍ୟର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରାନ୍ତିୟ ସେବା ସଚିବ ସତ୍ୟବାଦୀ ଦାଶ, ଓ ସତ୍ୟବାଦୀ ଶାଖାର ସଚ୍ଚିବ ନବଘନ ଶତପଥି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗ୍ରୀନ-୩୦ ଅନୁଷ୍ଠାନର ଧମେନ୍ଦ୍ର କର, ହିମାଶୁଂ ନାୟକ  ଯୋଗ ଦେଇ ପ୍ରାୟ ଏକଲକ୍ଷ ବକୁଳ ଓ ଛୁରିଅନା ଗଛ ରୋପଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟକ୍ରମରେ ସୁନାକର ପତି, ବିଷ୍ଣୁ ମହାରଣା, ବ୍ରହ୍ମନନ୍ଦ ମହାରଣା, ସମର କେଶରୀ ପ୍ରଧାନ, ସୁଶାନ୍ତ କୁମାର ରଥ, ମନୋଜ ପ୍ରଧାନ, ପ୍ରଫୁଲ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୨/୨୦୨୨---୧୦,୨୦ 

  Sakhigopal News, 14/2/2022

Blog Archive

Popular Posts