Breaking News

ସଂକେତ ଓ ଦୂରସଂଚାର ବିଭାଗର ଦେଶ ବ୍ୟାପି କଳା ଦିବସ ପାଳିତ


The Department of Signs and Telecommunications celebrates Art Day nationwide.

ଜଟଣୀ----ଆଜି ରେଳ ବିଭାଗର ସର୍ବ ଭାରତୀୟ ସଂକେତ ଓ ଦୁରସଂଚାର ସଂଗଠନ ପକ୍ଷରୁ କଳା ଦିବସ ପାଳିତ ହୋଇଯାଇଛି ।ଭାରତୀୟ ରେଳବାଇର ସିଗନାଲ ଏବଂ ଏସଏଣ୍ଡଟି(ସଂକେତ ଓ ଦୂରସଂଚାର ) ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ ଏବଂ ବିଭିନ୍ନ ଦାବିକୁ ନେଇ ଆଜି ସଂଗଠନର ରାଷ୍ଟ୍ରୀୟ ସଭାପତି ନବୀନ କୁମାର ଓ ମହାସଚିବ ଆଲୋକ ଚନ୍ଦ୍ର ପ୍ରକାଶଙ୍କ ଆବାହାନ କ୍ରମେ ଭାରତୀୟ ରେଳବାଇ ଅଧୀନରେ ଥିବା 62ଟି ରେଳମଣ୍ଡଳରେ ସକାଳ 8ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ  କଳା ଦିବସ ରୂପେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧାରୋଡ ରେଳମଣ୍ଡଳ ଜଟଣୀ ପକ୍ଷରୁ ସ୍ଥାନୀୟ ରେଳ ଷ୍ଟେସନ ସମ୍ମୁଖରେ ମଣ୍ଡଳ ଅଧୀନରେ କାର୍ଯ୍ୟରତ ଏସ ଆଣ୍ଡ ଟି ର କର୍ମଚାରୀ ଉକ୍ତ କଳା ଦିବସ ପାଳନ କରିଥିଲେ ।ସୂଚନା ମୁତାବକ ୨୦୧୮ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୯ ଜଣ ସଙ୍କେତ ଓ ଦୂରସଂଚାର ବିଭାଗ କର୍ମୀ ନିଜ କର୍ମ ସ୍ଥଳରେ ମୃତ୍ୟୁ କରିଥିବା ସମୟରେ ସଂକେତ ବିଭାଗର ଭୋପାଳ ମଣ୍ଡଳରେ କାର୍ଯ୍ୟରତ କର୍ମଚାରୀ  ତଥା ସଂଗଠନର ରାଷ୍ଟ୍ରୀୟ ଉପ ସଭାପତି ସଞ୍ଜୟ ଶର୍ମା ଗତ ୯-୨-୨୦୧୮ ମସିହାରେ କାର୍ଯ୍ୟ କଲା ସମୟରେ  ରେଳଗାଡ଼ି ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। ସେତେବେଳେ ସ୍ବର୍ଗତ ଶର୍ମାଙ୍କ ମର ଶରୀର ବହୁ ସମୟ ଧରି ପଡ଼ି ରହିଥିଲା ଓ ମର ଶରୀର ଉପରେ ୧୯ ଟି ରେଳଗାଡ଼ି ମାଡ଼ି ଚାଲିଲା । କିନ୍ତୁ ରେଳ ପ୍ରଶାସନର  ନଜର ପଡିନଥିଲା । ତେଣୁ ସେହଦିନଠାରୁ ପ୍ରତ୍ୟେକ ବର୍ଷ ୯ଫେବୃଆରି ଟିକୁ ମନେ ପକାଇବା ପାଇଁ, ମଉନ ଓ ଉପବାସ  ରଖି କଳା ଦିବସ ପାଳିତ କରାଯାଉଥିବା ଆୟୋଜକ ସଂଗଠନ ପକ୍ଷରୁ ସୂଚନା ପ୍ରଦନ କରାଯଇଛି । ଖୋର୍ଦ୍ଧା ମଣ୍ଡଳ ର ଶ୍ରୀ ନିରଞ୍ଜନ ମିଶ୍ର ,md ମୁସ୍ତାକ ଅଲ୍ଲି, ପି. ଏସ. କେ. ରେଡ୍ଡୀ, ଓ ସଞ୍ଜୟ କୁମାର ନେତୃତ୍ୱରେ ପ୍ରତ୍ୟେକ ଷ୍ଟେସନ ରେ ସଂକେତ ଓ ଦୂରସଂଚାର କର୍ମୀ ମାନେ ନିଜ ନିଜ କର୍ମସ୍ତଳ ରେ କଳା ବ୍ୟାଚ ପରିଧାନକରି ପ୍ରରିବାଦ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ରେଳ କର୍ମଚାରୀ ଯୋଗ ଦେଇଥିଲେ । ଆଗାମୀ ଦିନରେ ରେଳ ପ୍ରଶାସନ ଓ ସରକାର ଯଦି ଦାବି ପୂରଣ ନ କରନ୍ତି ତେବେ ଆନ୍ଦୋଳନ ତୀବ୍ର କରାଯିବା ନେଇ ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯଇଛି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୨/୨୦୨୨ ,୯,୧୫  Sakhigopal News,10/2/2022

Blog Archive

Popular Posts