Breaking News

ସତ୍ୟବାଦୀରେ ପୁଲିଂ ପାର୍ଟି ବୁଥରେ , ମତଦାନ ଅପେକ୍ଷାରେ

 In fact, the polling booths are open to the public.

ସାକ୍ଷୀଗୋପାଳ----  ସତ୍ୟବାଦୀ ବ୍ଳକରେ ୨୦ ତାରିଖ ଦିନ ପଞ୍ଚାୟତ ନିର୍ବାଚନ ହେବ । ୨୪ ଗୋଟି ପଞ୍ଚାୟତରେ ୩୦୫ଟି ବୁଥ ରହିଛି ।  ସମସ୍ତ ବୁଥରେ ପୁଲିଂ ପାର୍ଟି ନିଜ ନିଜରନିର୍ବାଚନୀୟ ସଂକ୍ରାନ୍ତୀୟ କାଗଜପତ୍ର ଧରି ପହଞ୍ଚି  ଯାଇଥିବା ବ୍ଳକ ନିର୍ବାଚନ ଅଧିକାରୀ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି ।  ସେମାନେ ନିର୍ବାଚନୀୟ କାଗଜପତ୍ର ସଠିକ କରିବା ସହ ମତଦାନ ପାଇଁ ଅପେକ୍ଷା କରିଛନ୍ତି । ୧ଲକ୍ଷ ୧୩ ହଜାର ୧୯୯ ଜଣ ଭୋଟର ସେମାନଙ୍କ ମତଦାନ କରିବେ ।  ଉତ୍କଳମଣି ଗୋପବନ୍ଧୁ ସ୍କୃତି ମହାବିଦ୍ୟାଳୟ ପରିସରରେ ନିର୍ବାଚନ ପାଇଁ ସ୍ୱତନ୍ତ୍ର ଭାବେ ଷ୍ଟଙ୍ଗରୁମ କରାଯାଇଛି । ଭୋଟ ସରିବା ପରେ ସଙ୍ଗେ ସଙ୍ଗେ ବୁଥ ଗୁଡିକ ମହାବିଦ୍ୟାଳୟକୁ ଅଣାଯିବା ସହ ସେଠାରେ କରାଯାଇଥିବା ଷ୍ଟଙ୍ଗ ରୁମରେ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ ବୋଲି ସତ୍ୟବାଦୀ ଥାନା ଆଇଆଇସିି ଦିଲ୍ଳୀପ କୁମାର ଧଳଙ୍କ ଠାରୁସୁଚନା ମିଳିଛି । ଜୋନ ଅନୁଯାୟୀ ୨୬, ୨୭ ଓ ୨୮ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ବୋଲି ଭାରପ୍ରାପ୍ତ ଜିପିଓ ସୌଭାଗ୍ୟ ରଞ୍ଜନ କରଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୨/୨୦୨୨ 

  Sakhigopal News, 19/2/2022

Blog Archive

Popular Posts