Breaking News

ସତ୍ୟବାଦୀରେ ଭୋଟ ସରିଗଲା ପରେ ବଜାର ଠାରୁ ଗ୍ରାମ ପର୍ଯ୍ୟନ୍ତ ଅଙ୍କ କଷା ଚାଲିଛି

 Counting from the market to the village continues after the vote in Satyavadi is over.

ସାକ୍ଷୀଗୋପାଳ---- ସତ୍ୟବାଦୀରେ ପଞ୍ଚାୟତ ନିର୍ବାଚନ ଶାନ୍ତ ଶୃଙ୍ଖଳାରେ ଶେଷ ହୋଇଯାଇଛି । ପ୍ରାର୍ଥୀ ମାନେ ଆରମରେ ଶୋଇଯାଇଥିବା ବେଳେ ତାଙ୍କର ସମର୍ଥକ ମାନେ ଏବେ ଖାତା ପେନ ଧରି ଅଙ୍କା କଷିବା ଆରମ୍ଭ କରି ଦେଇଛନ୍ତି । ରାଜ୍ୟ ନିର୍ବାଚନ କମିଶନର ଏଥର ନୂତନ ଭାବେ ଏକ ପଦକ୍ଷେପ ନେଇଛନ୍ତି । ଯାହାକି ଗ୍ରାମଞ୍ଚଳ ଠାରୁ ବଜାର ବା ସହର ପର୍ଯ୍ୟନ୍ତ ସମସ୍ତେ ସ୍ୱାଗତ କରିଛନ୍ତି । ମଣିଷର ବଡ ଶୃତ୍ରୁ ହେଇଛି ରାଗ । ଏହି ଅନୁସାରେ ପଞ୍ଚାୟତ ନିର୍ବାଚନ ପରେ ପରେ ଉକ୍ତ ବୁଥରେ ଗଣତି ହୋଇଯାଉଥିଲା । ଯାହାକି ସରପଞ୍ଚ ଓ ସମିତିସଭ୍ୟ, ୱାର୍ଡସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟ କିଏସେ ପାଇଲା ତାହା ବେସରକାରୀ ଭାବେ ଜଣାପଡି ଯାଉଥିଲା । ମାତ୍ର ଏବେ ନିର୍ବାଚନ କମିଶନର ନିୟମ କରିଛନ୍ତି ଯେ ବୁଥ ଗୁଡିକ ରହିବ ରାଜ୍ୟରେ ନିର୍ବାଚନ ସରିବା ପରେ ଜୋନ ଅନୁଯାୟୀ ଗଣତି କରାଯିବ । ଯାହା ଫଳରେକି ପ୍ରାର୍ଥୀ ମାନେ ୨୬, ୨୭ ଓ ୨୮ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବେ । ଏଣୁ ବଜାର ଠାରୁ ଗ୍ରାମ ଛକରେ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । କେଉଁ ପ୍ରାର୍ଥୀ କେଉଁ ବୁଥରେ କେତେ ଖଣ୍ଡ ଭୋଟ ପାଇବ ଏବଂ କେଉଁ ପରିବାର କାହାକୁ ଭୋଟ ଦେଇଛନ୍ତି ତାହା ଅଙ୍କ କଷା ଜରିଆରେ ଅନ୍ଦାର ଘରେ ବାଡି ବୁଲାଉଛନ୍ତି । ଏପରିକି ଏହି ଅଙ୍କକଷା ବେଳେ ମଧ୍ୟ ପାଟିତୁଣ୍ଡ ହେଉଥିବାର ଦେଖାଗଲାଣି । ବିଶେଷ କରି ଯୁବକ ମାନେ ଦଳ ଦଳ ହୋଇ ହାତରେ ପେନ ଓ କାଗଜ ଧରି  ରାଜନୈତିକ ଅଙ୍କା କଷା ଆରମ୍ଭ ହୋଇଯାଇଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୨/୨୦୨୨--୬,୫୫  Sakhigopal News, 21/2/2022

Blog Archive

Popular Posts