ପଞ୍ଚାୟତ ନିର୍ବାଚନ, ଜଟଣୀରେ7820 ନୂଆ ଭୋଟର, ଚଳିତବର୍ଷ ମତଦାନ କରିବେ 83ହଜାର 317 ମତଦାତା
7820 new voters in Panchayat elections, Jatani, 83,317 voters will go to the polls this year.
ଜଟଣୀ,----- ଆସନ୍ତା ଫେବୃୟାରୀ ୨୪ ତାରିଖରେ ଜଟଣୀ ନିର୍ବାଚନମଣ୍ଡଳୀର ତ୍ରିସ୍ତରୀୟ ପଚାଂୟତ ନିର୍ବାଚନଲାଗି ଭୋଟଗ୍ରହଣ ହେବ । ଜଟଣୀବ୍ଲକର ୧୫ନଂ ନିର୍ବାଚନ ମଣ୍ଡଳୀର ୧୫ଟି ପଂଚାୟତରେ ରାଜନୈତିକ ବାତାବରଣ ସରଗରମ ହୋଇଛି । ଆଶାୟୀଙ୍କ ମଧ୍ୟରେ ଅଙ୍କକଷା ଚାଲିଥିବାବେଳେ ନେତା ଓ କର୍ମୀଙ୍କ ମଧ୍ୟରେ ଏକ ପ୍ରକାର ଛକାପଞ୍ଝା ଦେଖାଯାଇଛି । ମାତ୍ର ସଂରକ୍ଷଣକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ତେଣୁ ବହୁ ଆଶାୟୀ ନିରାଶ ହୋଇଥିଲା ବେଳେ ବିକଳ୍ପ ଚିନ୍ତା ମଧ୍ୟ କରିଛନ୍ତି । ଚଳିତବର୍ଷ ବହୁ ପଚାଂୟତରେ ଶକ୍ଷିତ ଯୁବକଯୁବତୀମାନେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ଚଳିତବର୍ଷ ତ୍ରିସ୍ତରୀୟ ପଚାଂୟତ ନିର୍ବାଚନରେ ଜଟଣୀ ନିର୍ବାଚନ ମଣ୍ଡଳୀରେ ୭୮୨୦ଜଣ ନୂଆ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ସେହିକ୍ରମରେ ଜଟଣୀ ନିର୍ବାଚନ ମଣ୍ଡଳୀର ୧୫ ପଚାଂୟତରେ୮୩ ହଜାର ୩୧୭ଜଣ ଭୋଟର ରହିଛନ୍ତି । ତେବେ ଏହି କ୍ରମରେ ଜଟଣୀରେ ୮୩ହଜାର ୩୧୭ଜଣ ଭୋଟର ରହିଥିବା ବେଳେ ଚଳିତବର୍ଷ ୭୮୨୦ଜଣ ନୂଆ ଭୋଟର ସାମିଲ ହୋଇଛନ୍ତି । ଅଙ୍ଗାରପଡା ପଚାଂୟତରେ ୬୧୨୨ଭୋଟର ରହିଥିବା ବେଳେ ଛତାବରରେ ୬୨୨୨, ମଦନପୁର ୫୪୩୭,ଯାଂଆଳା ୬୮୯୩,ଗଙ୍ଗପଡାରେ ୫୬୩୨,ପଦନପୁରରେ ୭୮୦୨,ହରିପୁର ୪୧୮୭,ତରାବୋଇ ୪୮୩୩,ବେଣାପଜଂରୀ ୫୩୪୮,ତିରିମଲ ୩୫୩୬, ଛତାବର ୬୨୨୨, କନ୍ତିଆ ୬୭୨୪,ଜାମୁକୋଳି ୪୭୩୦,ପ୍ରଧାନସାହୀ ୫୨୮୧ ଏବଂ ପଚୁଂପଲୀରେ ୨୫୬୭ଜଣ ଭୋଟର ରହିଛନ୍ତି । ଫେବୃୟାରୀ ୨୪ ତାରିଖରେ ଜଟଣୀରେ ୫ମ ପର୍ଯ୍ୟାୟ ପଚାଂୟତ ନିର୍ବାଚନ ହେବ । ଅନ୍ୟପକ୍ଷରେ ୨୦୧୧ ଜନଗଣନାନୁସାରେ ଜଟଣୀ ନିର୍ବାଚନ ମଣ୍ଡଳୀରେ ୯୯୬୪୪ ଜନସଂଖ୍ୟା ରହିଛି । ସେଥି ମଧ୍ୟରୁ ଅନୁସୂଚିତଜାତିଙ୍କ ସଂଖ୍ୟା ୧୫ହଜାର ୯୯୯ଜଣ ଏବଂ ଅନୁସୂଚିତଜନଜାତିଙ୍କ ସଂଖ୍ୟା ରହିଛି ୭୪୯୧ଜଣ ରହିଛି । ସେହିପରି ସାଧାରଣବର୍ଗଙ୍କ ସଂଖ୍ୟା ୭୬୧୫୪ଜଣ ରହିଛନ୍ତି । ତେବେ ଜଟଣୀ ନିର୍ବାଚନ ମଣ୍ଡଳୀରେ ଚଳିତବର୍ଷ ୧୫ଟି ପଚାଂୟତ ମଧ୍ୟରୁ ୮ଟି ମହିଳାଙ୍କ ଲାଗି ସଂରକ୍ଷୀତ ରହିଛି । ୨ଟି ଜିଲାପରିଷଦ ଯୋନପାଇଁ ମହିଳା ସଂରକ୍ଷୀତ ରହିଛି । ଜଟଣୀ ନିର୍ବାଚନ ମଣ୍ଡଳୀରେ ସରପଚଂଲାଗି ଅଙ୍ଗାରପଡା ପଚାଂୟତପାଇଁ ମହିଳା ସଂରକ୍ଷଣ ରହିଥିବା ବେଳେ କନ୍ତିଆପାଇଁ ଅନୁସୂଚିତଜାତି,ଗଙ୍ଗପଡା ଅଣସଂରକ୍ଷୀତ,ଛଣଘର ମହିଳା, ଛତାବର ଅଣସଂରକ୍ଷୀତ ରଖାଯାଇଛି । ସେହିପରି ଜାମୁକୋଳି ଅନୁସୂଚିତଜାତି(ମହିଳା) ରହିଥିବା ବେଳେ ତରାବୋଇ, ପ୍ରଧାନସାହୀ ଓ ତିରିମଲ ପଚାଂୟତପାଇଁ ଅଣସଂରକ୍ଷୀତ ରହିଛି । ପଦନପୁର ଏବଂ ଯାଂଆଳା ପଚାଂୟତଲାଗି ଅନୁସୂଚିତଜାତି (ମହିଳା) ରହିଥିବା ବେଳେ ପଚୁଂପଲୀ,ହରିପୁର ଓ ବେଣାପଜଂରୀ ମହିଳା ସଂରକ୍ଷଣ କରାଯାଇଛି । ମଦନପୁର ପଚାଂୟତକୁ ଅନୁସୂଚିତଜାତି ସଂରକ୍ଷଣରେ ସାମିଲ କରାଯାଇଛି । ସଂରକ୍ଷଣର ଚୁଡାନ୍ତ ତାଲିକା ପ୍ରକାଶ ପାଇବା ସହିତ ସେମାନଙ୍କର ସାଂକେତିକ ଚିହ୍ନକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ନିମନ୍ତେ ଅଂଟାଭିଡ଼ିଛନ୍ତି ଆଶାୟୀ ପ୍ରାର୍ଥୀମାନେ । ଚଳିତ ନିର୍ବାଚନରେ ବିଭିନ୍ନ ପଚାଂୟତରେ ଦିର୍ଘଦିନର ସମସ୍ୟାକୁ ନେଇ ଭୋଟରମାନେ ମୁଦ୍ଦା ରଖିବେ ବୋଲି ସେମାନେ ସ୍ଥାନୀୟ ରାଜନେତାମାନଙ୍କୁ ସୁଚାଇ ଦେଲେଣି । ବ୍ଲକର କେତେକ ପଚାଂୟତର ଗ୍ରାମବାସୀମାନେ ଭୋଟବର୍ଜନ କରିବାକୁ ସଜବାଜ ହେଲେଣି । ଚଳିତ ତ୍ରିସ୍ତରୀୟ ପଚାଂୟତ ନିର୍ବାଚନରେ ମହିଳା ଓ ଶିକ୍ଷିତ ଯୁବଭୋଟରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଜଟଣୀର ରାଜନୈତିକ ବିଷାରଦମାନେ ମତପୋଷଣ କରିଛନ୍ତି । ସରକାରଙ୍କ ନିର୍ଦ୍ଧେଶନୁଯାୟୀ ପ୍ରଚାରପ୍ରସାରଲାଗି ସୋସାଲମିଡିଆ ତଥା ହ୍ୱାଟ୍ସଆପ,ଇନଷ୍ଟାଗ୍ରାମ,ଫେସବୁକ ଇତ୍ୟାଦି ମୂଖ୍ୟ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି । ତେବେ ଚଳିତ ନିର୍ବାଚନରେ ନୂତନଭାବେ ଆସିଥିବା ଭୋଟରମାନଙ୍କ ନିକଟତର ହୋଇି ନିଜ ଆଡକୁ ଆକର୍ଷିତ କରୁଛନ୍ତି ପ୍ରାର୍ଥୀମାନେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ର୍ରିପାଟ, ୧୭/୨/୨୦୨୨---୯,୧୫
Sakhigopal News, 17/2/2022-