ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଲତା ମଙ୍ଗେସକର ଙ୍କ ସ୍ମୁତି ଚାରଣ ସଭା
Lata Mangeshkar's Smuti Charan Sabha on behalf of Anand Sangeetayan
ଭଞ୍ଜନଗର----- ଭଞ୍ଜନଗର ସହରର ଅଗ୍ରଣୀ ସଂଗୀତ ଅନୁଷ୍ଠାନ ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଡିଫେନ୍ସ କଲୋନୀ ସ୍ଥିତ ଲାବଣ୍ୟବତୀ କଳା ମଣ୍ଡପ ଠାରେ ଭାରତ ରତ୍ନ କୋକିଳ କଣ୍ଠୀ ଲତା ମଙ୍ଗେସକର ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସ୍ମୃତି ଚାରଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଅଶୋକ ମହାପାତ୍ର ଙ୍କ ସମେତ ବହୁ ସଂଗୀତ ଅନୁରାଗୀ ଯୋଗଦେଇ ଲତା ମଙ୍ଗେସକର ଙ୍କ ସ୍ମୃତି ଚାରଣ କରିଥିଲେ । ସଭାପତି ମହାନ୍ତି ସ୍ବର୍ଗତ ଲତାଜୀଙ୍କ ଅନେକ କାଳଜୟୀ ସଂଗୀତ ସମ୍ପର୍କରେ ଉଲ୍ଲେଖ କରିବା ସହ ଏଭଳି ଜଣେ ଯୋଗଜନ୍ମା କଣ୍ଠଶିଳ୍ପୀ ଭାରତବର୍ଷରେ ମିଳିବା ବିରଳ ବୋଲି ଉଲ୍ଲେଖ କରିଥିଲେ । ପରେ ପରେ ଲତାଜୀଙ୍କ କିଛି ସୁନାମଧନ୍ୟ କଣ୍ଠ ସଂଗୀତ କୁ ଅନୁଷ୍ଠାନର ଶିଳ୍ପୀମାନେ ଗାନ କରିଥିଲେ । ଶେଷରେ ସମ୍ପାଦକ ଅଶୋକ ମହାପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୨/୨୦୨୨---୮,୩୦

Sakhigopal News,12/2/2022