Breaking News

ଆଇଆଇଟିର ୧୪ତମ ପ୍ରତିଷ୍ଠା ଦିବସ, ‘ଭୂବନେଶ୍ୱର ଆଇଆଇଟି ସର୍ବଭାରତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ’


IIT's 19th founding day, 'Bhubaneswar IIT is nationally recognized'


ଜଟଣୀ---- ଦେଶରେ ମହାମାରୀ କରୋନା ସଂକ୍ରମଣ ଶିକ୍ଷାକ୍ଷେତ୍ରକୁ ଅକାମି କରିଦେଇଥିବା ବେଳେ ଆଇଆଇଟି ଭୂବନେଶ୍ୱର ତାର ଶିକ୍ଷାଦାନର ଭିନ୍ନତା ଯୋଜନାରେ ଅଗ୍ରଗତି କରିଛି ।  ଏହି ଗୁଣାତ୍ମକ ଶିକ୍ଷାଦାନ ସଂସ୍ଥାକୁ ସ୍ୱତନ୍ତ୍ରସ୍ଥାନରେ ପହଁଚାଇପାରିଛି । ନୂତନ ଗବେଷଣା ଏବଂ ବୈଷୟିକ ଜ୍ଞାନର ବିକାଶରେ ଦେଶର ବିକାଶ ହୋଇପାରିବବୋଲି ଶନିବାର ଆଇଆଇଟି ଭୂବନେଶ୍ୱର ଅରଗୁଳ କ୍ୟାମ୍ପସର କମ୍ୟୁନିଟି ସେଣ୍ଟରରେ ଆୟୋଜିତ ୧୪ତମ ପ୍ରତିଷ୍ଠା ଦିବସରେ ମୂଖ୍ୟ ଅତିଥୀଭାବେ ଯୋଗଦେଇ ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ଉପଦେଷ୍ଟା ତଥା ପରମାଣୁ ଉର୍ଜା ଆୟୋଗ ସଚିବ ଓ  ଅଧ୍ୟକ୍ଷ ଡା. ରାଜଗୋପାଳ ଚିଦାମ୍ବରମ ଭର୍ଚୁଆଲ ମାଧ୍ୟମରେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥୀଭାବେ ଆଇଆଇଟି ବିଓଜି(ଆଇଏସଏମ)  ପୁର୍ବତନ ଅଧ୍ୟକ୍ଷ ପ୍ରଫେସର ଧନୁଷଧାରୀ ମିଶ୍ରା କହିଛନ୍ତି ଯେ, ଭାରତୀୟ ବିଜ୍ଞାନ ଏବଂ ପ୍ରଯ୍ୟୁକ୍ତିବିଦ୍ୟାରେ ସଫଳତା ଆଣବିକ ଶକ୍ତିପାଇଁ ପ୍ରଭାବ ରମଣ ହୋଇଥାଏ । ଆମର ବରିଷ୍ଠ ବୈଜ୍ଞାନିକମାନଙ୍କ ଦ୍ୱାରା ଗବେଷଣା କରାଯାଉଥିବା ଉପାୟ ଏହି ଅନୁଷ୍ଠାନ ଶିଖିବା ଉଚିତ । ଆଇଆଇଟି ଭୂବନେଶ୍ୱର ଅନ୍ୟ ଆଇଆଇଟି ତୁଳନାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆଜିର ଏହି ୧୪ତମ ପ୍ରତିଷ୍ଠା ଦିବସରେ  ଆଇଆଇଟି ଭୂବନେଶ୍ୱର ଅରଗୁଳୁ କ୍ୟାମ୍ପସର ନିର୍ଦ୍ଧେଶକ ପ୍ରଫେସର ଆର.ଭି ରାଜାକୁମାର ଅନୁଷ୍ଠାନ ବିକାଶର ବାଷିକୋ ବିବରଣୀ ପାଠକରିବା ସହ କହିଥିଲେ ଯେ, ଆଇଆଇଟି ଭୂବନେଶ୍ୱର ଅରଗୁଳୁ କ୍ୟାମ୍ପସ୧୪ବର୍ଷରେ ପଦାର୍ପଣ କରି ରାଷ୍ଟ୍ରରେ ସ୍ୱତନ୍ତ୍ରସ୍ଥାନ ଅଧିକାର କରିଛି । ଆଇଆଇଟିର ଫାକଲ୍ଟି ମେମ୍ବର ଏବଂ ଛାତ୍ରଛାତ୍ରୀମାନଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ସେମାନଙ୍କ ଉତମଚିନ୍ତାଧାରା ଆମ ସମସ୍ତଙ୍କୁ ଲକ୍ଷ୍ୟସ୍ଥଳରେ ପହଁଚାଇପାରିଛି ବୋଲି କହିଛନ୍ତି । ପ୍ରତିଷ୍ଠାଦିିବସ ପ୍ରରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ତଥା ଶ୍ରେଷ୍ଠ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆଜି ସମସ୍ତ ବିଭାଗର ଗୁଣାତ୍ମକ ଶିକ୍ଷାରେ ଆଇଆଟିର ଫାକଲ୍ଟି ଡ.ନିଜୱମ ୱାରୀ, ସ୍କୂଲ ଅଫ ଇଲେକ୍ଟ୍ରିକାଲ ସାଇନ୍ସରରେ ସର୍ବାଧୀକ ତଥା ୧୦୦ରୁ ଉର୍ଦ୍ଧ୍ୱ ବିଭାଗରେ ଶିକ୍ଷାଦାନ କରିଥିବା ଫାକଲ୍ଟି ଡ. ଶ୍ରିନିବାସ ଭାଷ୍କର କାରଙ୍କି ଓ ସର୍ବନିମ୍ନ ଶିକ୍ଷା ପ୍ରଦାନ କରିଥିବା ଫାକଲ୍ଟି ଡ. ସିଦ୍ଧାର୍ଥ ସୁରୁଜୁ ବୋର୍କୋଟୋୟୀ ଏବଂ ସ୍କୂଲ ଅଫ ହ୍ୟୁମାନିଟିଜ ସୋସିଆଲ ସାଇନ୍ସର ମଧ୍ୟବିତ ଶିକ୍ଷାଦାନ କରିଥିବା ଫାକଲ୍ଟି ଡ. ରାଜା କୁମାର ଗୁଡୁରୁ  ପ୍ରମୁଖଙ୍କୁ ଆଇଆଇଟି ନିର୍ଦ୍ଧେଶକ ଆରଭି ରାଜା କୁମାର ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଜିମଖାନା ଉପସଭାପତି ସ୍ୱପନିଲ ମୋର୍ ଓ ଜିଏଚ୍‌ଆରର ସାଧାରଣ ସମ୍ପାଦକ ଶ୍ରାଭ୍ୟ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଇଆଇଟି ମେଡିକାଲ ଟିମ ମଧ୍ୟରେ ଡା. ମନସୁର୍ ଅହେମଦ ଖାନ୍‌, ସାନିଟାଇଜିଂରେ ପ୍ରଦୀପ କୁମାର ପୋଦ୍ଦାର, ରୋଷେଇ କାର୍ଯ୍ୟରେ ଉଲେଖନୀୟ କର୍ତବ୍ୟ ପାଇଁ  ଅଜୟ କୁମାର କାଣ୍ଡି ପ୍ରଭୃତିଙ୍କୁ ଆଇଆଇଟି ନିର୍ଦ୍ଧେଶକ ରାଜା କୁମାର ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଆଇଆଇଟି ଡିନ୍ ଅଧ୍ୟାପକ ପ୍ରଫେସର ସରୋଜ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


 ଜଟଣୀରୁ ରଙ୍ଗନାଥ ବେହେରାଙ୍କ ର୍ରିର୍ପୋଟ, ୧୩/୨/୨୦୨୨---୧୨.୫୫ 

  Sakhigopal News, 13/2/2022



Blog Archive

Popular Posts