Breaking News

ପ୍ରଶାସନ ହଟାଇଲା ବ୍ୟାନର, ହୋର୍ଡିଙ୍ଗ


Administration removes banner, hoardings
ଜଟଣୀ----  ଆଜି ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରୁ ପ୍ରଶାସନ ହଟାଇଲ ବେଆଇ ବ୍ୟାନର ଓ ପୋଷ୍ଟର । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସମଗ୍ର ଜଟଣୀ ବ୍ଲକ ଅଧୀନ ସମସ୍ତ ପଞ୍ଚଯାତମାନଙ୍କରେ ବିଭିନ୍ନ ରାଜନୈତିକ ଦଳ ଏବଂ ନିର୍ବାଚନ ମୈଦାନରେ ନିର୍ବାଚନ ଲଡ଼ୁଥିବା ପ୍ରାଥୀନି ଓ ପ୍ରାର୍ଥୀମାନେ ନିଜ ନିଜ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରଙ୍ଗ ବେରଙ୍ଗର ବ୍ୟାନର, ପୋଷ୍ଟର ଲଗାଇଥିଲେ । ଏପରିକି ନିଜର ନିର୍ବାଚନ ଚିହ୍ନ ସହିତ ନିଜ ଫଟୋ ଓ ଅନେକ ମନଲୋଭା ସ୍ଲୋଗାନମାନ ଲେଖା ରହିଥିବା ଦେଖିବାକୁ ମିଳିଥିଲା । ତେବେ ସମସ୍ତ ପ୍ରାଥୀନି ଓ ପ୍ରାଥୀ ନିର୍ବାଚନ କମିଶଙ୍କ ଆଦେଶ ଓ ସରକାରୀ ନୀତି ନିୟମକୁ ଉଲଂଘନ କରିଥିବା ସାଧାରଣରେ ଅଭିଯୋଗ ହୋଇଆସୁଥିଲା। ଏହାକୁ ନେଇ ପଞ୍ଚଯାତ ନିର୍ବାଚନ ନୋଡାଲ ଅଧୁକାରୀ ତପନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଆଜି ଜଟଣୀ ବ୍ଲକ ଅଧୀନ କୁଶମାଟି ଛଣଘର, ଛତାବର, କନ୍ତିଆ ଏବଂ ରଥିପୁର ଇତ୍ୟାଦି ଅଂଚଳରୁ ବିଦ୍ୟୁତ ଖୁଣ୍ଟ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପାଚେରୀ, ଟେଲିଫୋନ ଖୁଣ୍ଟ ଆଦି ସ୍ଥାନରେ ବେଆଇନ ରୂପେ ଲାଗିଥିବା ବ୍ୟାନର ଓ ପୋଷ୍ଟରକୁ ପୋଲିସ ଏବଂ ତହସିଲ କର୍ମଚାରୀଙ୍କ ଉପସ୍ଥିତିରେ ଉଛେଦ କରାଯାଇଛି । ଆଗାମୀ ଦିନରେ ଉକ୍ତ ପ୍ରକ୍ରିୟା ଜାରି ରହିବ ବିଲି ନୋଡାଲ ଅଧିକାରୀ ତଥା ଜଟଣୀ ତହସିଲଦାର ତପନ କୁମାର ମହାପାତ୍ର କହିଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୨/୨୦୨୨----୮,୪୫
 Sakhigopal News,10/2/2022

Blog Archive

Popular Posts