Breaking News

ମହାବୀରି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

  • The Mahabiri Cup Cricket Tournament is celebrated
    ଡେଲାଙ୍ଗ--- ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସିଂହବ୍ରହ୍ମପୁର ପଞ୍ଚାୟତର ନିଁପୁର ଗ୍ରାମ ପଡିଆରେ19ତମ ମହାବୀରି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ 16ଟି ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ ଏମ ,ସି,ସି କ୍ରିକେଟ ଦଳ ଅରାଗଡ  ଓ ନିଁପୁର ମହାବୀରି କ୍ରି3କେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ ଏମ ,ସି,ସି କ୍ରିକେଟ ଦଳ 18 ଓଭରରେ 9ଉଇକେଟ ହରାଇ 136ରନ କରିଥିଲେ । ଜବାବରେ ନିଁପୁର ମହାବିରୀ କ୍ରିକେଟ kirଦଳ17,4ବଲରେ8ଉଇକେଟ ହରାଇ 137ରନ କରି ବିଜୟୀ ହୋଇଥିଲେ ।  ଅତିଥି ଭାବେ ଶିକ୍ଷକ ଦିଗମ୍ବର ରଥ , ସାମ୍ବାଦିକ ଧୀରେନ୍ଦ୍ର ସେନାପତି ଓ ଅଶୋକ ନାୟକ ପୁରସ୍କାର ବିତରଣି ସଭାରେ ଯୋଦେଇ ଚମ୍ପିୟାନ ଦଳକୁ ସିଲ୍ ସହିତ 12ହଜାର ଟଙ୍କା ଓ ରନସ ଦଳକୁ କପ୍ ସହିତ 8 ହଜାର ଟଙ୍କା ର ଚେକ ପ୍ରଦାନ କରିଥିଲେ ।ଏହା ସହିତ ମ୍ଯାନ ଅଫ ଦି ମ୍ୟାଚ, ମ୍ୟାନ ଅଫ ଦି ସିରିଜି, ବେଷ୍ଟ ବୋଲର,ବେଷ୍ଟ ବ୍ୟାଟ୍ସମ୍ୟାନ, ବେଷ୍ଟ କିପର,ବେଷ୍ଟ କ୍ଯାଚ ସହ ବିଭିନ୍ନ ସଫଳତା ଲାଭ କରିଥିବା ଖେଳାଳି ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
    ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ ଘନଶ୍ୟାମ ପ୍ରଧାନ ଓ ପ୍ରଦୀପ୍ତ ପ୍ରଧାନ । ସ୍କୋରିଂ କରିଥିଲେ ଅନିଲ ସୁବୁଦ୍ଧି, uଦେବାଶିଷ ପ୍ରଧାନ । ଅନୁଷ୍ଠାନର ସଦସ୍ୟ ଚିତ୍ତରଞ୍ଜନ ସ୍ବାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ । ବିତରଣ ଉତ୍ସବକୁ ପରିଚାଳନା କରିଥିଲେ ବିକ୍ରମ କେlଶରୀ ସୁବୁଦ୍ଧି । ଶେଷରେ ଧନ୍ୟବାଦ ଦେଇଥିtଲେ ଦୁଷ୍ମନ୍ତ ପ୍ରଧାନ । ଅରାଗଡ ଗ୍ରାମର ଜଣେ Nକ୍ରିକେଟ ପ୍ରେମୀ ବ୍ରହ୍ମାନନ୍ଦ  ବେହେରା ଯୋଗ ଦେଇ ଯେଉଁ ଖେଳାଳି ମାନେ ଛକା ଓଚଉକା ମାରିଥିବା ଖେଳାଳି ମାନଙ୍କୁ ପୁରସ୍କୃତ କରି ଖେଳକୁ ଅଧିକ ଆକର୍ଷଣୀୟ କରିଥିଲେ ।
  •  ଡେଲାଙ୍ଗ  ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୨/୨୦୨୨---୬,୩୦ Sakhigopal News,13/2/2022

Blog Archive

Popular Posts