ବଡନଦୀ ରୁ ସଦ୍ୟଯାତ ସନ୍ତାନ ର ମୃତ ଦେହ ମିଳିଛି -
ଭଞ୍ଜନଗର-- ନଦୀ ରେ ସଦ୍ୟଯାତ ଶିଶୁର ମୃତଦେହ ଭାସୁଥିବା ବେଳେ ସ୍ଥାନୀୟ ଲୋକଙ୍କ ନଜରରେ ପଡ଼ିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ ପୋଲିସ । ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡି ଗାଁ ନିକଟ ବଡନଦୀ ରେ ନଜରକୁ ଆସିଥିଲା ଏଭଳି ଘଟଣା । କିଛି ଲୋକ ନଦୀ କୁ ଗାଧୋଇବାକୁ ଯାଇଥିବା ବେଳେ ଏହା ଦେଖିଥିଲେ । ପରବର୍ତ୍ତୀ ସମୟରେ ଜଣାପଡିଥିଲା ଏହା ଥିଲା , ମୃତ ଶିଶୁକନ୍ୟା । ଘଟଣାସ୍ଥଳରୁ ମୃତ ଶିଶୁକନ୍ୟା ର ମୃତଦେହ ଉଧାର କରି ବ୍ୟବଛେଦ କରିବାକୁ ନିଆଯାଇଥିବା ବେଳେ ଏହା ପଛର କାରଣ ଖୋଜୁଛି ପୋଲିସ । ଏନେଇ ସ୍ଥାନୀୟ ଅଞ୍ଚଳରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି । ତେବେ କିଏ ଓ କେଉଁ ପରିସ୍ଥିତିରେ ଶିଶୁ କନ୍ୟା ର ମୃତଦେହକୁ ନଦୀକୁ ଫୋପାଡିଛି । ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୨/୨୦୨୨----୯,୪୦ Sakhigopal News,22/2/2022