On the last day the preaching was in full swing; The legislature preached, crowds of candidates
ସାକ୍ଷୀଗୋପାଳ,--- ପ୍ରଚାର ଶେଷ ଦିନରେ ସତ୍ୟବାଦୀର ବିଧାୟକ ଉମାକାନ୍ତ ସାମନ୍ତରାୟ ଜିଲ୍ଲାପରିଷଦ ଓ ସରପଞ୍ଚ ଓ ସମିତିସଭ୍ୟ ସଭ୍ୟାଙ୍କ ପାଇଁ ମଟର ସାଇକେଲ ର୍ୟାଲିରେ ପ୍ରଚାର କରିଛନ୍ତି । ଯାହା ଫଳରେକି ବିଧାୟକ ତାଙ୍କ ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରିଥବାରୁ ପ୍ରାର୍ଥୀ ମାନେ ବହୁତ ଉତ୍ସାହିତ ରହିଛନ୍ତି । ସତ୍ୟବାଦୀରେ ୨୦ ତାରିଖରେ ପଞ୍ଚାୟତନିର୍ବାଚନ ହେଉଥିବାରୁ ୧୮ ତାରିକ ସଂଧ୍ୟା ୭ ଘଟିକା ପ୍ରଚାର ଶେଷ ହୋଇଛି । ପ୍ରଚାର ଶେଷ ଦିନରେ ସମସ୍ତ ପ୍ରାର୍ଥୀ ମାନେ ମଟର ସାଇକେଲ ର୍ୟାଲି କରିବା ସହ ଦୁଆର ଦୁଆର ବୁଲି ଭୋଟ ଭିକ୍ଷା କରିବାକୁ ପଛେଇ ନାହାନ୍ତି । ଏପରିକି ପ୍ରଚାର ଗାଡି ଗୁଡିକ ଗୋଟିଏ ଗୋଟିଏ ସାହିକୁ ଅନେକ ଥର ପ୍ରଚାର କରିବା ପାଇଁ ଆସିଥିବା ର ଦେଖାଯାଇଥିଲା । ବିଶେଷ କରି ପେଣ୍ଠପଡା ଗ୍ରାମ ପଞ୍ଚାୟତରେ ନିର୍ବାଚନ ପ୍ରଚାର ବହୁ ସରଗରମ ହୋଇଥିଲା । ପେଣ୍ଟପଡା ଓ ବୀରରାମଚନ୍ଦ୍ରପୁର ଦୁଇଟି ପଞ୍ଚାୟତରେ ଏକ ମସଜିଦ ରହିଛି । ସବୁଠାରୁ ବଡ କଥା ଆଜି ଶୁକ୍ରବାର ପ୍ରଚାର ଶେଷ ଦିନ ହୋଇଥବା ବେଳେ ନମାଜ ପାଠ ଦିନ । ଉକ୍ତ ମସଜିଦରେ ନମାଜ ପାଠ କରିବା ପାଇଁ ଦୁଇ ପଞ୍ଚାୟତରେ ରହିଥିବା ମୁସୁଲିମ ଭୋଟର ମାନେନମାଜ ପାଠ କରିବା ପାଇଁ ଆସିଥିଲେ । ନମାଜ ପାଠ କରି ମସଜିଦରୁ ବାହାରିବା ସମୟରେ ସେଠାରେ ପେଣ୍ଟପଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଚିନ୍ମୟ ରାଉତ, ସୁନିଲ କୁମାର ସାହୁ, ସମିତିସଭ୍ୟ କାଳୁ ଚରଣ ଦାସ ଓ ସୁମନ୍ତ ଘଟୁଆରୀ ସହିତ ଅନ୍ୟ ପ୍ରାର୍ଥୀ ମାନେ ସେଠାରେ ଉପସ୍ଥିତ ରହି ନିଜ ସପକ୍ଷରେ ଗହାରି କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୨/୨୦୨୨----୧୦,୫୦ Sakhigopal News , 18/2/2022