Breaking News

ଏୟାରଫିଲଡ ପୋଲିସର ପଞ୍ଚାୟତ ନିବାର୍ଚନକୁ ନେଇ ଫ୍ଲାଗ ମାର୍ଚ୍ଚ : ଖଣି ମାଫିଆ ଓ ମଦ ମାଫିଆ ଙ୍କୁ ଟାର୍ଗେଟ

Airfield Police Panchayat Election Flag March: Mining Mafia and Alcohol Mafia Targeted.

ଜଟଣୀ ----- ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଆଗାମୀ 24ତାରିଖରେ  ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣ ଶେଷ ହେବ । ରାଜ୍ୟରେ କେତେକ ସ୍ଥାନରେ ଅସାମାଜିକ ମାନେ ବିଶୃଙ୍ଖଳିତ ପରିବେଶ ସୃଷ୍ଟି କରି ହିଂସାତ୍ମକ ଭାବେ ଗଣ୍ଡଗୋଳ କରିବା ଖବର ନଜର କୁ ଆସିଛି । ତେଣୁ ନିର୍ବାଚନ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକର ବିଭିନ୍ନ ପଞ୍ଚାୟତ ଯଥା  ଜାମୁକୋଳି, ପଧାନସାହି, ପଞ୍ଚପଲ୍ଲୀ ଅଞ୍ଚଳରେ ଏୟାରଫିଲଡ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ନିର୍ବାଚନରେ କୌଣସି ପ୍ରକାର ବିଶୃଙ୍ଖଳାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଏୟାରଫିଲଡ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଜଟଣୀ ବ୍ଲକର ବିଭିନ୍ନ ପଞ୍ଚାୟତ ମଧ୍ୟରୁ ଜାମୁକୋଳି, ପଧାନସାହି ଏବଂ ପଞ୍ଚପଲ୍ଲୀ ଗ୍ରାମ ପଞ୍ଚାୟତ  ଅଞ୍ଚଳରେ କେତେଗୁଡିଏ ଗ୍ରାମରେ ସମ୍ବେଦନଶୀଳ ବୁଥକୁ ଚି଼ହ୍ନଟ କରାଯାଇଥିବା ବେଳେ ଏହି ଅଞ୍ଚଳର ଅସାମାଜିକ ମାନଙ୍କ ଉପରେ କଡା ନଜର ରଖାଯାଇଛି । ମୁଣ୍ଡଳ, ପାଞ୍ଚଗାଁ, ଜାମୁକୋଳି, ବରକୁଦା, ପଞ୍ଚପଲ୍ଲୀ, ପଧାନସାହି ପ୍ରମୁଖ ଗାଁରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏହି ସବୁ ଅଞ୍ଚଳରେ ଖଣି ମାଫିଆ, ଚୋରା ମଦ ବେପାରୀ,ଜମି ମାଫିଆଙ୍କ ଉତ୍ପାତ ବହୁ ମାତ୍ରାରେ ରହିଛି । ପୂର୍ବ ନିର୍ବାଚନ ମାନଙ୍କରେ ଏହି ଅସାମାଜିକ ମାନେ ଭୋଟର ମାନଙ୍କୁ ପ୍ରଭାବିତ କରିଥିବା ମଧ୍ୟ ଖବର ରହିଛି ।
ଏସବୁ ଭିତରେ କିଭଳି ଭାବେ ସୁରୁଖୁରୁରେ ଲୋକମାନେ ନିର୍ବାଚନରେ ମତଦାନ କରିବେ ତାହା ଏବେ ଏୟାରଫିଲଡ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି । କୌଣସି ଚାପର ବଶବର୍ତ୍ତୀ ନହୋଇ ଶାନ୍ତି ଶୃଙ୍ଖଳାରେ ସମସ୍ତେ ଭୋଟ ଦାନ କରିବାକୁ ଆସନ୍ତୁ ବୋଲି ଥାନାଧିକାରୀ ରାଧାକାନ୍ତ ସାହୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୨/୨୦୨୨----୮,୨୫ Sakhigopal News,17/2/2022

Blog Archive

Popular Posts