Breaking News

ଭଂଜନଗର ପୋଲିସ ର ଚଢ଼ାଉ ; ଦେଶୀ ଓ ବିଦେଶୀ ମଦ ଜବତ , ଜଣେ ଗିରଫ

Bhanjanagar police raid; Local and foreign liquor seized, one arrested.
 
ଭଞ୍ଜନଗର--- ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ,   ମଦମୁକ୍ତ ପରିସ୍ଥିତି ସୃଷ୍ଟି କରିବା ପାଇଁ ପୋଲିସ ସତର୍କ ନଜର ରଖିଛି । ସେହି ଆଧାରରେ ଭଂଜନଗର ଥାନା ପୋଲିସ , କୈାଣସି ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ନିକଟସ୍ଥ ନନ୍ଦିନୀପଲ୍ଲୀ ଗାଁ ନିକଟରେ ଥିବା ଏକ ଅବ୍ୟବହୃତ ଘରେ ଚଢ଼ାଉ କରିଥିଲା । ସେଠାରୁ ୧୭୦ ବୋତଲ ବେଆଇନ ବିଦେଶୀ ମଦ  ଯାହାର ପରିମାଣ ୩୫ ଲିଟର ଏବଂ ୧୨୦ ଲିଟର ଦେଶୀମଦ ଜବତ କରିଥିଲା ପୋଲିସ । ଏ ସଂକ୍ରାନ୍ତରେ ଭଂଜନଗର ଥାନା କେଶ୍ ନମ୍ବର ୯୪/୨୨ ରେ ଏକ ମାମଲା ରୁଜୁ କରି ଏଥିରେ ସଂପୃକ୍ତ କବିରାଜ ନାଇକ ନାମକ ଜଣେ ବ୍ୟକ୍ତି ଙ୍କୁ ଗିରଫ କରାଯାଇଥିବା ନେଇ ଥାନାଧିକାରୀ ଧିରେଶ କୁମାର ଦାସ ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୨/୨୦୨୨---୮,୧୫    Sakhigopal News,17/2/2022

Blog Archive

Popular Posts