ସତ୍ୟବାଦୀରେ ତିନୋଟି ଜୋନରେ ଦ୍ୱିମୁଖୀ ଲଡେଇ ଯୋରଦାର ହେବ
In fact, it is worse then worthless, it consumes time and resources but returns no sale.
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ୨୪ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ । ଏହି ୨୪ ପଞ୍ଚାୟତ ରହିଥିବା ବେଳେ ୩୦୫ ଗୋଟି ୱାର୍ଡ ରହିଛି । ତିନୋଟି ଜିଲ୍ଲାପରିଷଦ ଜୋନରେ ବିଭକ୍ତ କରାଯାଇଛି । ସତ୍ୟବାଦୀରେ ୧.୧୩ ୧୯୯ ଜଣ ଭୋଟର ରହିଥବା ବେଳେ ଅନୁସୂଚିତ ଜାତି ୨୪ ହଜାର ୭୧୪ ଜଣ ରହିଥବା ବେଳେ ଅନୁସୂଚିତଜନଜାତି ୫୦୩ ଜଣ ଅନ୍ୟାନ୍ୟ ୮୭ ହଜାର ୯୮୨ ଜଣ ଭୋଟର ରହିଛନ୍ତି । ୩୧ ନଂ ଜୋନରେ ୬ଜଣ ଜିଲ୍ଲାପରିଷଦ ସଭ୍ୟ ପାଇଁ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି । ଉକ୍ତ ଜୋନରେ ୯ ଗୋଟି ଗ୍ରାମ ପଞ୍ଚାୟତ ରହିଛି ।ସେ ଗୁଡିକ ହେଲା ଅଳଗୁମ, ଶୁକଳ, ଆଳିସ, ନରେନ୍ଦ୍ରପୁର, ମଧୁବନ, ସାଣ୍ଢରାଶାସନ, ଦାସବିଦ୍ୟାଧରପୁର, ନୂଆସମେଶ୍ପରପୁର ଓ ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ରହିଛି । ୱାର୍ଡ ସଂଖ୍ୟା ୧୧୩ଟି ରହିଥିବା ବେଳେ ୩୭ ହଜାର ୫୬ ଜଣ ଭୋଟର ରହିଛନ୍ତି । ପୁରୁଷ ୧୯ ହଜାର ୧୮୧ ଜଣ ମହିଳା ୧୮ ହଜାର ୪୪୫ ଜଣ ରହିଛନ୍ତି । ୩୨ ଜଣ ସରପଞ୍ଚ ପ୍ରାର୍ଥୀ ରହିଥବା ବେଳେ ୩୦ ଜଣ ପ୍ରାର୍ଥୀ ସମିତିସଭ୍ୟ ସଭ୍ୟା ନିର୍ବାଚନ ମଇଦାନରେ ରହିଛନ୍ତି । ସେହିପରି ୩୨ ନଂ ଜୋନରେ ୪ଜଣ ଜିଲ୍ଲାପରିଷଦ ସଭ୍ୟା ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ସରପଞ୍ଚ ପାଇଁ ୨୮ ଜଣ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୨୫ ଜଣ ସମିତିସଭ୍ୟସଭ୍ୟା ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ୯୬ ଟି ୱାର୍ଡ ରହିଥବା ବେଳେ ୨୯ ହଜାର ୫୦୬ ଜଣ ଭୋଟର ଥିବା ବେଳେ ପୁରୁଷ ୧୫ ହଜାର ୨୪୩ ଜଣ ମହିଳା ୧୪ ହାର ୨୬୩ ଜଣ ରହିଛନ୍ତି । ସେହିପରି ୮ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ୩୩ ନଂ ଜୋନରେ ୪ଜଣ ଜିଲ୍ଲାପରିଷଦ ସଭ୍ୟ ପାଇଁ ପ୍ରାର୍ଥୀ ଥିବା ବେଳେ ୯୬ ଗୋଟି ୱାର୍ଡ ରହିଛି । ଭୋଟର ୨୭ ହଜାର ୫୧୫ ଜଣ ରହିଥିବା ବେଳେ ପୁରୁଷ ୧୪ ହଜାର ୩୦୩ ଜଣ ଥିବା ବେଳେ ମହିଳା ୧୩ ହଜାର ୨୧୨ ଜଣ ଭୋଟର ରହିଛନ୍ତି । ଏଠାରେ ସରପଞ୍ଚ ପାଇଁ ୨୨ ଜଣ ପ୍ରାର୍ଥୀ ଲଡୁଥିବା ବେଳେ ସମିତସଭ୍ୟ ପାଇଁ ୨୦ ଜଣ ପ୍ରାର୍ଥୀ ରହିଛନ୍ତି । ବିଶେଷ କରି ଜିଲ୍ଲା ପରିଷଦ ଓ ସରପଞ୍ଚ ଓ ସମିତିସଭ୍ୟ ପାଇଁ ଅନେକ ପଞ୍ଚାୟତରେ ଦ୍ୱିମୂଖୀ ନିର୍ବାଚନ ପ୍ରତିଯୋଗିତା ହେବାର ଜଣାପଡିଛି । ଆଜି ହେଉଛି ନିର୍ବାଚନ ପ୍ରଚାରର ଶେଷ ଦିନ । ସମସ୍ତ ବୁଇ କେନ୍ଦ୍ରକୁ ଆଜି ସଂଧ୍ୟା ସୁଦ୍ଧା ସମସ୍ତ ପ୍ରଜାଇଡିଂ ଅଫିସର ଓ ନିର୍ବାଚନୀୟ ସଂକ୍ରାନ୍ତୀୟ କାଗଜପତ୍ର ନେଇ ଭୋଟ କେନ୍ଦ୍ରରେ ପହଞ୍ଚିବେ ବୋଲି ପଞ୍ଚାୟତ ନିର୍ବାଚନ ଅଧିକାରୀ କ୍ଷୀରୋଦ କୁମାର ବେହେରାଙ୍କ ଠାରୁସୁଚନା ମିଳିଛି । ସେହିପରି ବ୍ଳକ ପ୍ରଶାସନ ପକ୍ଷରୁ ମୋବାଇଲି ଟିମ ସହିତ ଥାନାର ମୋବାଇଲି ଟିମ କାଲି ଠାରୁସମସ୍ତ ବୁଥ କେନ୍ଦ୍ରରେ ପହଞ୍ଚି ସମସ୍ତ ତଥ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇବାକୁ କୁହାଯାଇଛି । ଯେପରି ବୁଥ ଗୁଡିକରେ କୌଣସି ଅପସ୍ଥିକର ପରିସ୍ଥିତିସୃଷ୍ଟି ନ ହେବ ସେ ଦିଗପ୍ରତି ସଜାଗ ରହିବାକୁ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳ ସମସ୍ତ ଅଧିକାରୀ ମାନଙ୍କୁ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୨/୨୦୨୨---୯,୨୫
Sakhigopal News , 17/2/2022