Breaking News

ଜାମୁକୋଳି ପଞ୍ଚାୟତରେ ଭୋଟରଙ୍କ ଆଶ୍ରିବାଦ ହାତେଇବାରେ ଲାଗିଛନ୍ତି ପାର୍ଥୀ

In Jamukoli Panchayat, the party is grabbing voter shelter

ଜଟଣୀ : ---- ରାଜ୍ୟ ରେ  ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତଥା ଗଣତନ୍ତ୍ର ର ମହାପର୍ବ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ଆସନ୍ତା 24 ତାରିଖରେ ହେବ ମତଦାନ । ବ୍ଲକ ଅଧୀନ ଜାମୁକୋଳି ଗ୍ରାମ ପଞ୍ଚାୟତରେ ସରପଞ୍ଚ ଆଉ ସମିତିସଭ୍ୟ ପଦବୀ ପାଇଁ ମହିଳା ପ୍ରାର୍ଥୀ ମାନଙ୍କ ମଧ୍ୟରେ ଚାଲିଛି ଜୋରଦାର ଲଢେଇ । ସମିତିସଭ୍ୟ ପଦବୀ ପାଇଁ ଜାମୁକୋଳି ପଞ୍ଚାୟତର ପୂର୍ବତନ ସରପଞ୍ଚ କବିତା ପରିଡା ଏବଂ ପୂର୍ବତନ ନାଏବ ସରପଞ୍ଚ ଲକ୍ଷ୍ମୀପ୍ରିୟା ପରିଡାଙ୍କ ମଧ୍ୟରେ ସିଧାସଳଖ କଡା ଟକ୍କର ଦେଉଛନ୍ତି ନବାଗତା ପ୍ରାର୍ଥୀ ଜ୍ୟୋସ୍ନାରାଣୀ ଦାସ । ସେହିପରି ସରପଞ୍ଚ ପଦବୀ ପାଇଁ ମୋଟ 4ଜଣ ପ୍ରାର୍ଥୀ ଗୀତାଞ୍ଜଳି ରାଉଳ, ଅନିତା ସେଠ, ବିଜୟପ୍ରଭା ମଲିକ, ରଶ୍ମିତା ସେଠୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଗୀତାଞ୍ଜଳି ରାଉଳ ସମସ୍ତଙ୍କ ଆଗରେ  ଭୋଟରଙ୍କ ନିକଟରେ ରହିଛନ୍ତି। ସମସ୍ତ ପ୍ରାର୍ଥୀ ଭୋଟର ମାନଙ୍କୁ ମନାଇବାକୁ  ଲାଗିପଡିଛନ୍ତି ।ପ୍ରତିଶୃତି ଉପରେ ପ୍ରତିଶୃତି ଦେଇ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି  ପ୍ରାର୍ଥୀ । ପ୍ରାର୍ଥୀ ମାନଙ୍କର ପ୍ରଚାର ଗାଡି ୱାର୍ଡ ରୁ ୱାର୍ଡ ବୁଲୁଛି । ପ୍ରାର୍ଥୀ ମାନେ ଘରେ ଘରେ ବୁଲି ଭୋଟ ଭିକ୍ଷା କରୁଛନ୍ତି । ହେଲେ ନିର୍ବାଚନ ଦିନ ଯେତେ ପାଖେଇ ଆସୁଛି ଅନ୍ୟ  ପ୍ରାର୍ଥୀ ମାନଙ୍କ ଅପେକ୍ଷା ନବାଗତା ଜ୍ୟୋସ୍ନାରାଣୀ ଏବଂ ଗୀତାଞ୍ଜଳି ଙ୍କ ଲୋକପ୍ରିୟତା ସେତେ ବଢ଼ିବାରେ ଲାଗିଛି । ଖାଲି ପ୍ରତିଶୃତି ନୁହେଁ ବରଂ ପୂର୍ଵ ଅପେକ୍ଷା ନିଜ ପଞ୍ଚାୟତ ପାଇଁ କିଛି ନୂଆ ନୂଆ କାର୍ଯ୍ୟ କରିବାର ଦୃଢ଼ ପ୍ରତିଜ୍ଞା ନେଇ ନିର୍ବାଚନ ମଇଦାନରେ ଲଢେଇ କରୁଛନ୍ତି ବୋଲି କୁହନ୍ତି ଉଭୟ ପ୍ରାର୍ଥୀ । ସେହିଭଳି ସମିତି ସଭ୍ୟ ପାଇଁ ପୂର୍ବତନ ସରପଞ୍ଚ  ଏବଂ ପୂର୍ବତନ ନାଏବ ସରପଞ୍ଚ ଉଭୟ ନିଜର ପୂର୍ବ ଲୋକ ସମ୍ପର୍କ କୁ ପାଥେୟ କରି ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ତେବେ ଆଗାମୀ 24 ତାରିଖରେ ଜାମୁକୋଳି ପଞ୍ଚାୟତର ମୋଟ 17 ଟି ଯାକ ୱାର୍ଡର 4600 ଭୋଟର ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ମାନଙ୍କର ଭାଗ୍ୟ ନିର୍ଣ୍ଣୟ କରିବେ  ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୨/୨୦୨୨---- ୯,୨୫ Sakhigopal News,20/2/2022

Blog Archive

Popular Posts