ବାସୁକେରା ଗ୍ରାମରେ ତିନିଦିନ ଧରି ଶ୍ରୀ ଶ୍ରୀ ତୁଳସୀ ମାନସ ସତସଙ୍ଗର ଉଦଯାପିତ
For three days in Basukera village, Sri Sri Tulsi Manas Satsang is celebrated
ସାକ୍ଷୀଗୋପାଳ------ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ପେଣ୍ଠପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାସୁକେରା ଗ୍ରାମରେ ୨୨ ବର୍ଷ ଧରି ଶ୍ରୀ ଶ୍ରୀ ତୁଳସୀ ମାନସ ସତସଙ୍ଗ ପାଳିତ ହୋଇଯାଇଛି । ମା ତାରେଣୀଙ୍କ ପୀଠ ପରିସରରେ ତିନି ଦିନ ଧରି ଆଚାର୍ଯ୍ୟ ବିରଞ୍ଚି ନାରାୟଣ ଦାଶ, ପୁରୋହିତ ସୂର୍ଯ୍ୟନାରାୟଣ ଷଡଙ୍ଗୀଙ୍କ ପୈାରହିତରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କର୍ତ୍ତା ଭାବେ କ୍ଷେତ୍ରମୋହନ ମିଶ୍ର, ବ୍ୟାସ ଦୀପକ କୁମାର ହୋତା ଓ ଧାରକ ବିଭୂତି ଭୂଷଣ ମିଶ୍ର କାର୍ଯ୍ୟକ୍ରମ ତୁଳାଇଥିଲେ । ପୂର୍ଣ୍ଣାହୂତି ସମୟରେ ଗ୍ରାମର ମହିଳା ପୁରଷ ମାନେ ଉପସ୍ଥିତ ରହିଥିଲେ । ବାସୁକେରା ଗ୍ରାମର ଯୁବକ ଓ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମୁହ ପ୍ରସାଦ ସେବନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୨/୨୦୨୨---୧୦,୧୫
Sakhigopal News, 14/2/2022