Breaking News

ପଞ୍ଚସଖା ସମାଧୀ ପିଠରେ ଅଚାର୍ଯ୍ୟ ହରିହରଙ୍କ ଶ୍ରାଦ୍ଧ ଦିବସ ପାଳିତ

Acharya Harihar's Shraddha Day is celebrated on the Panchasakha burial ground

 ସାକ୍ଷୀଗୋପାଳ ----  ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ପଣ୍ଡିତ ଆଚାର୍ଯ୍ୟ ହରିହର ଦାଶଙ୍କ ଶ୍ରାଦ୍ଧ ଦିବସ ପଞ୍ଚସଖା ସମାଧିପୀଠ ପରିସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା  ସତ୍ୟବାଦୀ ବିକାଶ ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ।  ଦିବଂଗତ ପଣ୍ଡିତ ଶ୍ରୀ ଦାଶଙ୍କ ପ୍ରେମୀ ମାନେ ଏକାଠି ହୋଇ ତାଙ୍କର ସ୍ମୃତି ଚାରଣ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ  ବନମାଳୀ ବେହେରା ଏହି ଅବସରରେ ଏକ କବିତା ପାଠ କରିଥିଲେ । ଗବେଷକ ଭୀମସେନ ମହାପାତ୍ର ଆଚାର୍ଯ୍ୟଙ୍କ ସମ୍ପର୍କେ ବହୁ ତଥ୍ୟ ପ୍ରଦାନ କରିଥିଲେ ।  ସଭା ଆରମ୍ଭରୁ ଅତିଥି ମାନଙ୍କ ଦ୍ୱାରା ପଞ୍ଚସଖାଙ୍କ  ସମାଧିପୀଠରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଏଥିରେ  ଆଇନଜୀବୀ ଗୁଣ୍ଡିଚା ବରାଳ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱଜିତି ଶତପଥି, ଇତ୍ତମ ଶତପଥୀ, ଲିଙ୍ଗରାଜ ବର, ପ୍ରଫୁଲ ଚନ୍ଦ୍ର ମିଶ୍ର, ବୁଧିନାଥ ମଲିକ, ହୃଷିକେସ ମିଶ୍ର , ପ୍ରଫୁଲ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି, ୨୨/୨/୨୦୨୨---୬,୪୦ 
  Sakhigopal News, 22/2/2022

Blog Archive

Popular Posts