ନିର୍ବାଚନରେ ସାମ୍ବାଦିକଙ୍କ ସୁରକ୍ଷାଲାଗି ନିର୍ବାଚନଧିକାରୀଙ୍କୁ ଦାବିପତ୍ର
Demands for the protection of journalists in the run-up to the election
ଜଟଣୀ---- ରାଜ୍ୟରେ ଅସାମାଜିକମାନଙ୍କ ପ୍ରକୋପରେ ଗଣମାଧ୍ୟମ ପ୍ରତିନିଧୀମାନେ ସୁରକ୍ଷା ମଣୁ ନାହାନ୍ତି । ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଉପରେ ବିଭିନ୍ନ ସମୟରେ ବର୍ବରଚିତ ଆକ୍ରମଣ କରାଯାଉଛି । ସତ୍ୟକୁ ଉନ୍ମୋଚନ କରି ନିଜକୁ ଅସୁରକ୍ଷୀତ ମନେ କରୁଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଚଳିତ ତ୍ରିସ୍ତରୀୟ ନିର୍ବାଚନ ସମୟରେ ହିଂସାତ୍ମକ ଘଟଣାକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ପ୍ରୟାସ କରୁଥିବା ବେଳେ ଅସାମାଜିକଙ୍କ ଆକ୍ରମଣର ଶିକାର ହେଉଥିବା ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରୁ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଅସାମାଜିକଙ୍କ ଏହି ଆକ୍ରମଣ ପ୍ରକ୍ରିୟା ଏବେ ଧିରେ ଧିରେ ସରକାରଙ୍କ ଅଧିକାରୀ ତଥା ପୁଲିସ,ନିର୍ବାଚନଧିକାରୀ ଇତ୍ୟାଦିଙ୍କ ଉପରେ ଆରମ୍ଭ ହୋଇଗଲାଣି । ତେବେ ଏନେଇ ଜଟଣୀ ପ୍ରେସକ୍ଲବ ପକ୍ଷରୁ ଏହାକୁ ଦୃଢ ନିନ୍ଦା କରାଯାଇଛି । ସୋମବାର ପ୍ରେସକ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟଙ୍କ ତତ୍ୱାବଧାନରେ ନିର୍ବାଚନଧିକାରୀ ତଥା ଜଟଣୀ ବିଡିଓ ସରୋଜ କୁମାର ରାଉତଙ୍କୁ ଭେଟି ସାମ୍ବାଦିକମାନେ ଜଟଣୀର କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ନିର୍ବାଚନଧିକାରୀ ତଥା ବିଡିଓ ସରୋଜ ରାଉତ ସାମ୍ବାଦିକମାନଙ୍କ ସୁରକ୍ଷା ଉପରେ ଦୃଷ୍ଟିଦେବା ସହିତ ପୁଲିସ ପ୍ରଶାସନ ସହିତ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ପ୍ରେସକ୍ଲବ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବିପତ୍ର ସମୟରେ ପ୍ରେସକ୍ଲବର ସଭାପତି ମହମ୍ମଦ ଇସମାଇଲ ଅଲୀ, ସମ୍ପାଦକ ହୃଦାନନ୍ଦ କୋଦମାସିଂହ,ରଙ୍ଗନାଥ ବେହେରା,ରବିନ୍ଦ୍ରନାଥ ମହାକୁଡ,ଅମରେଶ ରାଉତରାୟ,ଯଯାତି କେଶରୀ ପ୍ରଧାନ,ସଜିଂବ କୁମାର,ହରିହର ସ୍ୱାଇଁ, ସୁବ୍ରତ ନାୟକ, ଜ୍ୟୋର୍ତିମୟୀ ପଣ୍ଡା ପ୍ରଭୃତିଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୨୧/୨/୨୦୨୨---୬,୫୦
Sakhigopal News, 21/1/2022