Breaking News

ରଙ୍ଗଣୀପାଟଣା ପଞ୍ଚାୟତ ରେ ପ୍ରାର୍ଥୀ ମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି

 In Ranganipatna panchayat, there is a sense of urgency among the candidates.


ଓଡ଼ଗାଁ:- ଚଳିତବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରଙ୍ଗଣୀପାଟଣା ପଞ୍ଚାୟତ ରେ ସରପଞ୍ଚ ଓ ସମିତିସଭ୍ୟା ଆସନ ପାଇଁ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଅଣ୍ଟା ଭିଡା ଦେଖିବାକୁ ମିଳିଛି। 
       ଓଡ଼ଗାଁ ବ୍ଲକ ସୀମାନ୍ତବର୍ତ୍ତୀ ରଙ୍ଗଣୀପାଟଣା ପଞ୍ଚାୟତ ରେ ଚଳିତବର୍ଷ ପଞ୍ଚାୟତ ନିର୍ବାଚନ ପାଇଁ ୨ ଜଣ ସରପଞ୍ଚ ଓ ୨ ଜଣ ସମିତିସଭ୍ୟା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ରଙ୍ଗଣୀପାଟଣା ପଞ୍ଚାୟତ ରଙ୍ଗଣୀପାଟଣା, ଗୋଡ଼ିପଲ୍ଲୀ, ଜାମ୍ମୁସାହି,ବାହାଡ଼ାପିଠା,ପାଇକପନ୍ତିଖାରୀ   ଗ୍ରାମକୁ ନେଇ ଗଠିତ। 
                     ଅନୁସନ୍ଧାନ ରୁ ଜଣାଯାଏ ଯେ, ଦୁଇ ବିଜେଡି ସମର୍ଥିତ ପ୍ରାର୍ଥୀ ଙ୍କ ମଧ୍ଯରେ କଡା ମୁକାବିଲା ହେବ। ରୋଜାଲିନ୍ ସାହୁ ବିଗତ ଦିନରେ ଗୋଟିଏ ଥର ସରପଞ୍ଚ ଥିବା ବେଳେ ପରେ ତାଙ୍କ ପରିବାର ରାଜନିତୀ ସହ ଜଡିତ ନଥାଇ ମଧ୍ଯ ପଞ୍ଚାୟତ ବାସୀଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କ ଠାରୁ ପ୍ରକାଶ। ଅନ୍ୟ ପକ୍ଷରେ ଥିବା ପ୍ରାର୍ଥୀ ସସ୍ମିତା ପାତ୍ର ଙ୍କ ସପକ୍ଷରେ ଅଛନ୍ତି ପଞ୍ଚାୟତ ର ଦୁଇ ଯୁବ ସଂଗଠକ ସନ୍ତୋଷ ସାହୁ ଓ ମିକୁଲି ପାଣିଗ୍ରାହୀ। ସସ୍ମିତା ପାତ୍ର ଙ୍କ ସହ ହାତ ମିଳାଇ ସମିତିସଭ୍ୟା ଆସନ ରୁ ଲଢୁଛନ୍ତି ପୂର୍ବତନ ସମିତିସଭ୍ୟା ପ୍ରକାଶ ଶୁକ୍ଲ ଙ୍କ ପତ୍ନୀ ସଶ୍ମିତା ଶୁକ୍ଳ। ଲୋକ ଆଲୋଚନା ରୁ ଜଣାଯାଏ ଦୁଇ ଯୁବ ସଂଗଠକ ଙ୍କ ସହଯୋଗ ରେ ସରପଞ୍ଚ ପ୍ରାର୍ଥୀନୀ ଶ୍ରୀମତୀ ପାତ୍ର ଓ ସମିତିସଭ୍ୟା ଶ୍ରୀମତୀ ଶୁକ୍ଲ ଙ୍କ ପଲା ସ୍ୱଳ୍ପ ଭାରି ରହିଛି। 
            ତେବେ ମତଦାନ ପରେ ହିଁ ଜଣାପଡିବ ରଙ୍ଗଣୀପାଟଣା ପଞ୍ଚାୟତ ସରପଞ୍ଚ ଆସନରେ କିଏ ବସୁଛି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧୧/୨/୨୨ --୮,୪୫ 
Sakhigopal News,11/2(2022

Blog Archive

Popular Posts