Breaking News

କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ 78 ଜଣଯୁବ ଚାଷୀଙ୍କୁ ଦିନିକିଆ କର୍ମଶାଳା

One-day workshops for 78 young farmers by the Center for Agricultural Sciences

 

ସାକ୍ଷୀଗୋପାଳ ----  ଯୁବ ଚାଷୀ ମାନେ ଯେଉଁପରି ଚାଷରୁ ମୁହଁ ଫେରାଇ ନେଉଛନ୍ତି । କିପରି ସେମାନଙ୍କର  ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବେ ସେଥିଯୋଗୁ ଆରମ୍ଭ ହୋଇଯାଇଛି ପ୍ରଚେଷ୍ଟା  । ଦୁଇ ବର୍ଷ ତଳୁ ଆରିୟା ସଂସ୍ଥା ତରଫରୁ ସତ୍ୟବାଦୀ  ବ୍ଳକର ୭୮ ଜଣ ମାଛ, କୁକୁଡା,ଛତୁ ଓ ମହୁ ଚାଷୀ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା  । ସେମାନଙ୍କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସାକ୍ଷୀଗୋପାଳ ସ୍ଥିତି କୃଷି ବିଜ୍ଞାନ କେନ୍ଦ୍ର ଫାର୍ମ ପରିସରରେ ଆରିୟା ସହାୟତାରେ କୃଷି ବିଜ୍ଞାନ କେନ୍ଦ୍ର ପୁରୀଙ୍କ ସହଯୋଗରେ  କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସଞ୍ଜୟ କୁମାର ମହାନ୍ତି କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରମେଶ ରାୟ , ମାଛ ଚାଷ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ରର ଅମ୍ବିକା ପ୍ରସାଦ ନାୟକ, କୃଷି ଯନ୍ତ୍ରପାତି ବୈଜ୍ଞାନିକ ଦୀପଶିଖା ପରମଜିତା, ଗୃହ ବିଜ୍ଞାନର ଡ, ସୁମିତା ଆଚାର୍ଯ୍ୟ , ସାକ୍ଷୀଗୋପାଳ ପ୍ରାଣୀ ଚିକିତ୍ସକ ଜ୍ଞାନ ରଞ୍ଜନ ମିଶ୍ର, ସହକାରୀ କୃଷି ଅଧିକାରୀ ପୁରୀ ସଦର ପ୍ରିୟୁସ ପ୍ରଲ୍ଲଭ ପରିଡା,  କୃଷି  ଅଧିକାରୀ ଅଜୟ କୁମାର ପ୍ରଧାନ, ସୋନୀ ସେଠୀ କୃଷି ସମ୍ପସାରଣ ଅଧିକାରିଣୀ,  ଯୋଗ ଦେଇ କୃଷି ପ୍ରତି ଅଧିକରୁ ଅଧିକ କିପରି ଯୁବକ ମାନେ ସାମିଲ ହେବେ ଏବଂ ସେମାନଙ୍କର ସହଯୋଗ, ଅସୁବିଧା ଆଦି ସମ୍ପର୍କରେ ଏକ ଆଲେଚନା କରିଥିଲେ । ଆରିୟା ପ୍ରକଳ୍ପର ଏଜେଣ୍ଟ ମଧୁସ୍ମିତା ସାହୁ ,  ବିଭୁ ପ୍ରସାଦ ଦାଶ  ଓ ନିଭା ମହାପାତ୍ର  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୨/୨୦୨୨---୫,୪୦  Sakhigopal News, 24/2/2022

Blog Archive

Popular Posts